୨୦୨୪ ନିର୍ବାଚନରେ ବିଜେପି ସହ ମେଣ୍ଟ କରିବ ଜେଡିଏସ୍ !
ନୂଆଦିଲ୍ଲୀ: ନିକଟରେ ସରିଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଏହା ଜେଡିଏସ୍ ପାଇଁ ଏକ ଶକ୍ତ ଝଟ୍କା ଥିଲା। ସବୁ ନିର୍ବାଚନରେ ଜେଡିଏସ୍ କିଙ୍ଗମେଙ୍ଗର ହୋଇଛି। ଚଳିତ ଥର ମଧ୍ୟ ଏହା କିଙ୍କମେକର ହେବାର ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ଜେଡିଏସ୍ର ଏହି ଲକ୍ଷ୍ୟ ଏବଂ ସ୍ବପ୍ନକୁ ଧୁଳିସାତ କରିଦେଲା। ଭବିଷ୍ୟତ ପାଇଁ ଜେଡିଏସ ନୂଆ ରଣନୀତି ପ୍ରସ୍ତୁତ କରୁଛି। ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍ ବିଜେପି […]
ନୂଆଦିଲ୍ଲୀ: ନିକଟରେ ସରିଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜେଡିଏସ୍ (ଜନତା ଦଳ ସେକ୍ୟୁଲାର) ସବୁଠାରୁ ଖରାପ ପ୍ରଦର୍ଶନ କରିଛି। ଏହା ଜେଡିଏସ୍ ପାଇଁ ଏକ ଶକ୍ତ ଝଟ୍କା ଥିଲା। ସବୁ ନିର୍ବାଚନରେ ଜେଡିଏସ୍ କିଙ୍ଗମେଙ୍ଗର ହୋଇଛି। ଚଳିତ ଥର ମଧ୍ୟ ଏହା କିଙ୍କମେକର ହେବାର ଲକ୍ଷ୍ୟ ରଖିଥିଲା। କିନ୍ତୁ କଂଗ୍ରେସ ଜେଡିଏସ୍ର ଏହି ଲକ୍ଷ୍ୟ ଏବଂ ସ୍ବପ୍ନକୁ ଧୁଳିସାତ କରିଦେଲା। ଭବିଷ୍ୟତ ପାଇଁ ଜେଡିଏସ ନୂଆ ରଣନୀତି ପ୍ରସ୍ତୁତ କରୁଛି। ୨୦୨୪ ଲୋକସଭା ନିର୍ବାଚନରେ ଜେଡିଏସ୍ ବିଜେପି ସହ ମେଣ୍ଟ କରିପାରେ। ୨୦୧୯ ଲୋକସଭା ନିର୍ବାଚନରେ କର୍ଣ୍ଣାଟକରେ ମୋଟ୍ ୨୮ଟି ଲୋକସଭା ଆସନରୁ ଜେଡିଏସ୍ ମାତ୍ର ଗୋଟିଏ ଆସନରେ ଜିତିଥିଲା। ତେବେ ଗତ ବିଧାନସଭା ନିର୍ବାଚନ ପରିଣାମ ଆସିବାପରେ ଜେଡିଏସ୍ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜେପି ସହ ହାତ ମିଳାଇବାକୁ ପ୍ରୟାସ କରୁଛି। ଜେଡିଏସ୍ ପୂର୍ବରୁ ବିଜେପି ସହ ମେଣ୍ଟ କରିଥିଲା। ଜେଡିଏସ୍ ସୁପ୍ରିମୋ ଏଚ୍ଡି ଦେବଗୌଡ଼ା ଏବଂ ତାଙ୍କ ପୁଅ ଏଚ୍ଡି କୁମାରସ୍ବାମୀ ବିଜେପି ସହ ମେଣ୍ଟ କରି କଂଗ୍ରେସକୁ ହରାଇବାକୁ ଚାହିଛନ୍ତି। ବିଜେପି ଏବଂ ଜେଡିଏସ୍ ପୂର୍ବରୁ ୨୦୦୬ରେ କର୍ଣ୍ଣାଟକରେ ଏକ ମେଣ୍ଟ ସରକାର ଗଠନ କରିଥିଲେ। ଏହି ସମୟରେ କୁମାରସ୍ବାମୀ ମୁଖ୍ୟମନ୍ତ୍ରୀ ଥିଲେ ଏବଂ ବିଏସ୍ ୟେଦୁରପ୍ପା ତାଙ୍କ ଉପମୁଖ୍ୟମନ୍ତ୍ରୀ ଥିଲେ। ୨୦ ମାସର କ୍ଷମତା ବଣ୍ଟନର ଫର୍ମୁଲା ହୋଇଥିଲା। କିନ୍ତୁ ଜେଡିଏସ୍ ବିଜେପିକୁ କ୍ଷମତା ହନ୍ତାନ୍ତର ନକରିବାରୁ ଏହି ମେଣ୍ଟ ବେଶୀଦିନ ତିଷ୍ଠିଲାନି। କିନ୍ତୁ ଜେଡିଏସ୍ ଏବେ ବିଜେପି ଆଡ଼କୁ ଢଳୁଛି ବୋଲି ବିଭିନ୍ନ ସଙ୍କେତ ମିଳିସାରିଛି। ବାଲେଶ୍ବର ବାହାନଗା ରେଳ ଦୁର୍ଘଟଣା ପରେ ସବୁ ବିରୋଧୀ ଦଳ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଥିଲେ। କିନ୍ତୁ ଜେଡିଏସ୍ ସୁପ୍ରିମୋ ଦେବଗୌଡ଼ା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସମର୍ଥନ କରିଥିଲେ। ଦେବଗୌଡ଼ା କହିଛନ୍ତି, ରେଳ ଦୁର୍ଘଟଣା ପରେ ରେଳ ମନ୍ତ୍ରୀ ନିରନ୍ତର କାମ କରି ଚାଲିଛନ୍ତି। ଏବେ ତଦନ୍ତ ସରିବାକୁ ଦିଅ। ମନ୍ତ୍ରୀ ତାଙ୍କ କାମ ଠିକ୍ କରୁଛନ୍ତି। ଏହି ସମୟରେ ତାଙ୍କର ଇସ୍ତଫା ଦାବି କରିବା ଆଦୌ ଯୁକ୍ତିଯୁକ୍ତ ନୁହେଁ। ନିକଟରେ ନୂଆ ସଂସଦ ଭବନ ଉଦ୍ଘାଟନକୁ ୨୦ଟି ବିରୋଧୀ ଦଳ ବର୍ଜନ କରିଥିବା ବେଳେ ଜେଡିଏସ୍ ସଂସଦ ଭବନ ଉଦ୍ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲା।




