୨୦୨୪ରେ ପୁଣିଥରେ କ୍ଷମତାକୁ ଫେରିବା ନେଇ ଲାଲକିଲାରୁ ମୋଦୀଙ୍କ ଘୋଷଣା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୦ ଥର ପାଇଁ ଦିଲ୍ଲୀର ଲାଲ୍କିଲାରୁ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳର ଏହା ଶେଷ ସ୍ବାଧୀନତା ଦିବସ ଉଦ୍ବୋଧନ। ତେବେ ମୋଦୀ ଆଜି ଲାଲକିଲାରୁ ୨୦୨୪କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୨୪ରେ ମୋଦୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଫେରିବେ ବୋଲି ସ୍ପଷ୍ଟ ଇଙ୍ଗିତ କରିଛନ୍ତି। ମୋଦୀ କହିଛନ୍ତି, ଲୋକଙ୍କୁ ଦେଇଥିବାଦ ପ୍ରତିଶୃତିରେ କେତେ ଅଗ୍ରଗତି ହୋଇଛି ତାର’ଫର ତାଲିକା […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତାର ୧୦ ଥର ପାଇଁ ଦିଲ୍ଲୀର ଲାଲ୍କିଲାରୁ ସ୍ବାଧୀନତା ଦିବସରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି। ମୋଦୀଙ୍କ ଦ୍ବିତୀୟ କାର୍ଯ୍ୟକାଳର ଏହା ଶେଷ ସ୍ବାଧୀନତା ଦିବସ ଉଦ୍ବୋଧନ। ତେବେ ମୋଦୀ ଆଜି ଲାଲକିଲାରୁ ୨୦୨୪କୁ ନେଇ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ୨୦୨୪ରେ ମୋଦୀ ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଫେରିବେ ବୋଲି ସ୍ପଷ୍ଟ ଇଙ୍ଗିତ କରିଛନ୍ତି। ମୋଦୀ କହିଛନ୍ତି, ଲୋକଙ୍କୁ ଦେଇଥିବାଦ ପ୍ରତିଶୃତିରେ କେତେ ଅଗ୍ରଗତି ହୋଇଛି ତାର’ଫର ତାଲିକା ମୁଁ ଆସନ୍ତାବର୍ଷ ଏହି ସମାନ ସ୍ଥାନରେ ଆପଣମାନଙ୍କ ଆଗରେ ରଖିବି। ମୋଦୀ କହିଛନ୍ତି, ଆସନ୍ତାବର୍ଷ ଅଗଷ୍ଟ ୧୫ରେ ମୁଁ ଏହି ସମାନ ଲାଲ୍କିଲାରୁ ଦେଶ କରିଥିବା ପ୍ରଗତିର ତାଲିକା ରଖିବି। ପରିବର୍ତ୍ତନର ପ୍ରତିଶ୍ରତି ମତେ ଏଠାକୁ ନେଇ ଆସିଛି। ମୋର କାର୍ଯ୍ୟ ମତେ ଏଠାକୁ ପୁଣିଥରେ ନେଇଆସିଛି। ଆସନ୍ତା ୫ ବର୍ଷରେ ଦେଶ ଅପ୍ରତ୍ୟାଶିତ ବିକାଶ ଦେଖିବ।

Tags: