୨୦୨୪ରେ ଜେଡିୟୁ ଶେଷ ହୋଇଯିବ : ତେଜସ୍ବୀ

ନୂଆଦିଲ୍ଲୀ : ନୀତୀଶ କୁମାର ମହାମେଣ୍ଟ ଛାଡ଼ି ପୁଣିଥରେ ବିଜେପି ସହ ହାତ ମିଳାଇଥିବାବେଳେ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ୨୦୨୪ରେ cଜେଡିୟୁ (ଜନତା ଦଳ ୟୁନାଇଟେଡ୍) ଶେଷ ହୋଇଯିବ। ନୀତୀଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବା ପରେପରେ ବିଜେପି ସମର୍ଥନରେ ପୁଣିଥରେ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବାପରେ ତେଜସ୍ବୀ ଏହି ପ୍ରତିକ୍ରିୟା ରଖିଛନ୍ତି। ତେଜସ୍ବୀ କହିଛନ୍ତି, ତାଙ୍କର କୌଣସି ରାଗ ନାହିଁ […]

Samaya Live Picture
Published On

ନୂଆଦିଲ୍ଲୀ : ନୀତୀଶ କୁମାର ମହାମେଣ୍ଟ ଛାଡ଼ି ପୁଣିଥରେ ବିଜେପି ସହ ହାତ ମିଳାଇଥିବାବେଳେ ଉକ୍ତ ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରି ବିହାରର ପୂର୍ବ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ କହିଛନ୍ତି, ୨୦୨୪ରେ cଜେଡିୟୁ (ଜନତା ଦଳ ୟୁନାଇଟେଡ୍) ଶେଷ ହୋଇଯିବ। ନୀତୀଶ ବିହାର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେବା ପରେପରେ ବିଜେପି ସମର୍ଥନରେ ପୁଣିଥରେ ରାଜ୍ୟରେ ସରକାର ଗଠନ ପାଇଁ ଦାବି କରିବାପରେ ତେଜସ୍ବୀ ଏହି ପ୍ରତିକ୍ରିୟା ରଖିଛନ୍ତି। ତେଜସ୍ବୀ କହିଛନ୍ତି, ତାଙ୍କର କୌଣସି ରାଗ ନାହିଁ ଏବଂ ଆରଜେଡି ମହାମେଣ୍ଟରେ ରହିଛି। କିନ୍ତୁ ଗୋଟିଏ କଥା ମୁଁ ସ୍ପଷ୍ଟ ଭାବେ କହୁଛି ଯେ ଏବେ ମାତ୍ର ଖେଳ ଆରମ୍ଭ ହେଲା। ଆଗକୁ ଆହୁରି ବହୁତ କିଛି କରିବାର ଅଛି। ତେବେ ମୁଁ ଲିଖିତ ଭାବେ ଏହା କହିଦେଉଛି ଯେ ୨୦୨୪ରେ ଜେଡିୟୁ ଦଳ ଶେଷ ହୋଇଯିବ। ତେଜସ୍ବୀ କହିଛନ୍ତି, ଜନସାଧାରଣ ତାଙ୍କ ଦଳ ସହ ରହିଛି ଏବଂ ରହିବେ। ତେବେ ବିଜେପି ଜେଡିୟୁକୁ ନେଇଯାଇଥିବାରୁ ଆମେ ଧନ୍ୟବାଦ ଜଣାଉଛୁ ବୋଲି ତେଜସ୍ବୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ୨୦୨୨ରେ ନୀତୀଶ ବିଜେପି ସହ ମେଣ୍ଟ ଭାିଙ୍ଗି ଆରଜେଡି, କଂଗ୍ରେସ ଏବଂ ବାମ ଦଳ ସହ ମହାମେଣ୍ଟ ସରକାର ଗଠନ କରିଥିଲେ।

Tags: