୨୦୨୪ରେ ଏନଡିଏ ବନାମ ଇ-ଣ୍ଡି-ଆ ମେଣ୍ଟର ଲଢ଼େଇ

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଗତକାଲି ୨୬ ବିରୋଧୀ ଦଳ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଛି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ଏକ ନୂଆ ନାଁ ନେଇଛନ୍ତି। ବିରୋଧୀ ମେଣ୍ଟର ନାଁ ରହିଛି ‘ଆଇଏନ୍‌ଡିଆଇଏ’- ଇଣ୍ଡିଆନ ନେସନାଲ ଡେଭେଲପମେଣ୍ଟାଲ ଇନକ୍ଲୁଜିଭ ଆଲିଆନ୍ସ ( ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ) । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏନେଇ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ଦିଲ୍ଲୀରେ ‘ଆଇଏନ୍‌ଡିଆଇଏ’ର ଏକ ସଚିବାଳୟ ପ୍ରତିଷ୍ଠା ହେବ । ପରବର୍ତ୍ତୀ ବିରୋଧୀ […]

Samaya Live Picture
Published On

ନୂଆଦିଲ୍ଲୀ: ବେଙ୍ଗାଲୁରୁରେ ଗତକାଲି ୨୬ ବିରୋଧୀ ଦଳ ନେତାଙ୍କର ବୈଠକ ଅନୁଷ୍ଠିତ ହୋଇଛି। ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ଏକ ନୂଆ ନାଁ ନେଇଛନ୍ତି। ବିରୋଧୀ ମେଣ୍ଟର ନାଁ ରହିଛି ‘ଆଇଏନ୍‌ଡିଆଇଏ’- ଇଣ୍ଡିଆନ ନେସନାଲ ଡେଭେଲପମେଣ୍ଟାଲ ଇନକ୍ଲୁଜିଭ ଆଲିଆନ୍ସ ( ଭାରତୀୟ ରାଷ୍ଟ୍ରୀୟ ବିକାଶଶୀଳ ସମ୍ମିଳିତ ମେଣ୍ଟ) । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଏନେଇ ଘୋଷଣା କରିଛନ୍ତି। ନିର୍ବାଚନ ପ୍ରଚାର ପରିଚାଳନା ପାଇଁ ଦିଲ୍ଲୀରେ ‘ଆଇଏନ୍‌ଡିଆଇଏ’ର ଏକ ସଚିବାଳୟ ପ୍ରତିଷ୍ଠା ହେବ । ପରବର୍ତ୍ତୀ ବିରୋଧୀ ମେଣ୍ଟ ବୈଠକ ମୁମ୍ବାଇରେ ହେବ ବୋଲି ଖଡ଼ଗେ ସ୍ପଷ୍ଟ କରିଛନ୍ତି। ଖଡ଼ଗେ କହିଛନ୍ତି, ୧୧ ସଦସ୍ୟ ବିଶିଷ୍ଟ ଏକ କୋଅର୍ଡିନେସନ୍‌ କମିଟି (ସମନ୍ବୟ କମିଟି) ଗଠନ ହେବ ଏବଂ ଏହାର ସଦସ୍ୟ କିଏ ରହିବେ‌ ସେନେଇ ମୁମ୍ବାଇ ବୈଠକରେ ଆଲୋଚନା ହେବ। ୨୦୨୪ରେ ଏନଡିଏ ବନାମ ଇ-ଣ୍ଡି-ଆ ମେଣ୍ଟ ମଧ୍ୟରେ ଲଢ଼େଇ ହେବ।
ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି, ଏହି ଲଢ଼େଇ ବିଜେପିର ବିଚାରଧାରା ବିରୋଧରେ। ଆମେ ଆମ ମହାନ ରାଷ୍ଟ୍ର ଭାରତର ବିଚାରଧାରାକୁ ସୁରକ୍ଷା ଦେଉଛୁ । ଆମେ ସମ୍ବିଧାନ, ଭାରତୀୟଙ୍କ ସ୍ବର ଏବଂ ଭାରତର ବିଚାରଧାରାକୁ ସୁରକ୍ଷା ଦେଉଛୁ। ଆମ ଦେଶର ସ୍ବରକୁ ଚାପି ଦିଆଯାଇଛି। ଦେଶର ସ୍ବର ପାଇଁ ଏହି ଲଢ଼େଇ ହେଉଛି। ତେଣୁ ‘ଇଣ୍ଡିଆ’ (ଆଇଏନ୍‌ଡିଆଇଏ) ନାଁ ରଖାଗଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ଇଣ୍ଡିଆ ବିଜେପିକୁ ହରାଇବ। ବୈଠକ ପରେ ମମତା କହିଛନ୍ତି, ଏହା ଏକ ଫଳପ୍ରଦ ବୈଠକ ଥିଲା ଏବଂ ଆଜିଠାରୁ ହିଁ ବାସ୍ତବ ଚ୍ୟାଲେଂଜ ଆରମ୍ଭ ହେଲା। ବିରୋଧୀ ମେଣ୍ଟର ନୂଆ ନାଁ ସଂକ୍ରାନ୍ତରେ ମମତା କହିଛନ୍ତି, ମୁଁ ବିଜେପି ଏବଂ ଏନଡିଏକୁ ଏକ ପ୍ରଶ୍ନ କରିବାକୁ ଚାହୁଛି। ସେମାନେ କ’ଣ ‘ଆଇଏନ୍‌ଡିଆଇଏ’କୁ ଚ୍ୟାଲେଂଜ କରିପାରିବେ କି ?

Tags: