୨୦୨୩ରେ ୮୭ ହଜାରରୁ ଅଧିକ ଭାରତୀୟ ନାଗରିକତା ଛାଡ଼ିଛନ୍ତି
ନୂଆଦିଲ୍ଲୀ : ଗତ ସାଢ଼େ ୩ ବର୍ଷ ମଧ୍ୟରେ ୫ ଲକ୍ଷ ୬୧ ହଜାର ୨୭୨ ଭାରତୀୟ ଦେଶର ନାଗରିକତା ଛାଡ଼ିଛନ୍ତି। ଲୋକସଭାରେ ସାଂସଦ କାର୍ତ୍ତି ପି ଚିଦମ୍ବରମଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଗତ ତିନିବର୍ଷ ଏବଂ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କେତେ ଭାରତୀୟ ନାଗରିକତା ଛାଡ଼ିଛନ୍ତି ବୋଳି ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ ମନ୍ତ୍ରାଳୟ […]
ନୂଆଦିଲ୍ଲୀ : ଗତ ସାଢ଼େ ୩ ବର୍ଷ ମଧ୍ୟରେ ୫ ଲକ୍ଷ ୬୧ ହଜାର ୨୭୨ ଭାରତୀୟ ଦେଶର ନାଗରିକତା ଛାଡ଼ିଛନ୍ତି। ଲୋକସଭାରେ ସାଂସଦ କାର୍ତ୍ତି ପି ଚିଦମ୍ବରମଙ୍କ ଲିଖିତ ପ୍ରଶ୍ନର ଉତ୍ତର ରଖି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର। ଗତ ତିନିବର୍ଷ ଏବଂ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା କେତେ ଭାରତୀୟ ନାଗରିକତା ଛାଡ଼ିଛନ୍ତି ବୋଳି ସେ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ବିଦେଶ ମନ୍ତ୍ରୀ ଜୟଶଙ୍କର କହିଥିଲେ ମନ୍ତ୍ରାଳୟ ନିକଟରେ ଉପଲବ୍ଧ ତଥ୍ୟ ଅନୁଯାୟୀ, ୨୦୨୦ରେ ୮୫୨୫୬ ଜଣ, ୨୦୨୧ରେ ୧,୬୩,୩୭୦ ଜଣ ଏବଂ ୨୦୨୨ରେ ୨,୨୫,୬୨୦ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ୨୦୨୩ରେ ବର୍ତ୍ତମାନ ସୁଦ୍ଧା ୮୭୦୨୬ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି। ଏହା ପୂର୍ବରୁ ୨୦୧୧ରେ ୧,୨୨,୮୧୯ , ୨୦୧୨ରେ ୧୨୦୯୨୩ , ୨୦୧୩ରେ ୧୩୧୪୦୫ , ୨୦୧୪ରେ ୧୨୯୩୨୮ , ୨୦୧୫ରେ ୧୩୧୪୮୯ , ୨୦୧୬ରେ ୧୪୧୬୦୩, ୨୦୧୭ରେ ୧୩୩୦୪୯, ୨୦୧୮ରେ ୧୩୪୫୬୧ ଏବଂ ୨୦୧୯ରେ ୧୪୪୦୧୭ ଜଣ ଭାରତୀୟ ନାଗରିକତା ଛାଡ଼ିଛନ୍ତି।




