୨୦୨୨-୨୩ ଆର୍ଥିକ ବର୍ଷ, ୬ଟି ଜାତୀୟ ଦଳର ମୋଟ ଆୟ ୩୦୭୭ କୋଟି ଟଙ୍କା
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ନିଜ ନିଜର ଆୟ ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ୬ଟି ଜାତୀୟ ଦଳ ମୋଟ ୩୦୭୭ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି। ବିଜେପିକୁ ସର୍ବାଧିକ ୨୩୬୧ କୋଟି ଟଙ୍କା ମିଳିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟରୁ ଜଣାପଡ଼ିଛି। ୨୦୨୨-୨୩ ଆର୍ଥିକ ବର୍ଷରେ ଶାସକ ବିଜେପିର ଆୟ ୬ଟି ଜାତୀୟ ଦଳର ମୋଟ ଆୟର ୭୬.୭୩ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ୪୫୨.୩୭୫ […]
ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷରେ ରାଜନୈତିକ ଦଳମାନେ ନିଜ ନିଜର ଆୟ ସଂକ୍ରାନ୍ତରେ ଘୋଷଣା କରିଛନ୍ତି। ୬ଟି ଜାତୀୟ ଦଳ ମୋଟ ୩୦୭୭ କୋଟି ଟଙ୍କା ଆୟ କରିଥିବା ଘୋଷଣା କରିଛନ୍ତି। ବିଜେପିକୁ ସର୍ବାଧିକ ୨୩୬୧ କୋଟି ଟଙ୍କା ମିଳିଛି ବୋଲି ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର) ରିପୋର୍ଟରୁ ଜଣାପଡ଼ିଛି।
୨୦୨୨-୨୩ ଆର୍ଥିକ ବର୍ଷରେ ଶାସକ ବିଜେପିର ଆୟ ୬ଟି ଜାତୀୟ ଦଳର ମୋଟ ଆୟର ୭୬.୭୩ ପ୍ରତିଶତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କଂଗ୍ରେସ ୪୫୨.୩୭୫ କୋଟି ଟଙ୍କା ସହ ଦ୍ବିତୀୟ ସର୍ବାଧିକ ଆୟ କରିଛି । ଏହା ୬ଟି ଜାତୀୟ ଦଳର ମୋଟ ଆୟର ୧୪.୭୦ ପ୍ରତିଶତ। ବିଜେପି ଏବଂ କଂଗ୍ରେସ ବ୍ୟତୀତ ବିଏସପି, ଆପ୍, ଏନପିପି ଏବଂ ସିପିଏମ୍ ସେମାନଙ୍କର ଆୟ ଘୋଷଣା କରିଛନ୍ତି। ୨୦୨୧-୨୨ ଏବଂ ୨୦୨୨-୨୩ ଆର୍ଥିକ ବର୍ଷ ମଧ୍ୟରେ ବିଜେପିର ଆୟ ୨୩.୧୫ ପ୍ରତିଶତ ବୃଦ୍ଧି ପାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ବିଜେପିର ଆୟ ୨୩୬୦.୮୪୪ କୋଟି ଟଙ୍କା ଥିଲା। ୨୦୨୧-୨୨ ଆର୍ଥିକ ବର୍ଷରେ ଏନ୍ପିପିର ଆୟ ୧୫୦୨.୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଏହା ୪୭.୨୦ ଲକ୍ଷ ଟଙ୍କା ଥିବା ବେଳେ ଗତ ଆର୍ଥିକ ବର୍ଷରେ ଏହା ୭.୦୯ କୋଟି ଟଙ୍କାରେ ପହଞ୍ଚିଛି। ଆପ୍ର ଆୟ ୨୦୨୧-୨୨ ଆର୍ଥିକ ବର୍ଷରେ ୪୪.୫୩୯ କୋଟି ଟଙ୍କା ଥିବା ବେଳେ ଏଥିରେ ୯୧.୨୩ ପ୍ରତିଶତ ବୃଦ୍ଧି ହୋଇଥିବା ଜଣାପଡ଼ିଛି । ୨୦୨୨-୨୩ ଆର୍ଥିକ ବର୍ଷରେ ଆପ୍ ୮୫.୧୭ କୋଟି ଟଙ୍କା ଆୟ କରିଛି।




