୨୦୧୯ ତୁଳନାରେ କଂଗ୍ରେସର ଭୋଟ୍ ପ୍ରତିଶତ ବଢ଼ିଲା, ବିଜେପି ସ୍ଥିର

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ବୃଦ୍ଧି ହୋଇଛି। କଂଗ୍ରେସ ଚଳିତ ଥର ୩ ପ୍ରତିଶତ ଅଧିକ ଭୋଟ୍ ପାଇଛି। ୨୦୧୯ରେ କଂଗ୍ରେସର ଭୋଟ୍ ପ୍ରତିଶତ ୧୯.୪୯ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୨.୩୪ ପ୍ରତିଶତ ରହିଛି। ତେବେ ବିଜେପିର ଭୋଟ୍ ପ୍ରତିଶତ ପାଖାପାଖି ସମାନ ରହିଛି। ୨୦୧୯ରେ ବିଜେପିର ଭୋଟ୍ ପ୍ରତିଶତ ୩୭.୩୪ ପ୍ରତିଶତ ଥିଲା ଏବଂ ଚଳିତ ଥର ଏହା ୩୭.୩୭ ପ୍ରତିଶତ ରହିଛି। କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ପ୍ରତିଶତ ବୃଦ୍ଧି ହୋଇଛି। କଂଗ୍ରେସ ଚଳିତ ଥର ୩ ପ୍ରତିଶତ ଅଧିକ ଭୋଟ୍ ପାଇଛି। ୨୦୧୯ରେ କଂଗ୍ରେସର ଭୋଟ୍ ପ୍ରତିଶତ ୧୯.୪୯ ପ୍ରତିଶତ ଥିବାବେଳେ ୨୦୨୪ରେ ଏହା ୨୨.୩୪ ପ୍ରତିଶତ ରହିଛି। ତେବେ ବିଜେପିର ଭୋଟ୍ ପ୍ରତିଶତ ପାଖାପାଖି ସମାନ ରହିଛି। ୨୦୧୯ରେ ବିଜେପିର ଭୋଟ୍ ପ୍ରତିଶତ ୩୭.୩୪ ପ୍ରତିଶତ ଥିଲା ଏବଂ ଚଳିତ ଥର ଏହା ୩୭.୩୭ ପ୍ରତିଶତ ରହିଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଓ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରେ ଦଳ ପାଇଁ ଯେଉଁ ରଣନୀତି ଆପଣାଇଥିଲେ ତାହା ସଫଳ ହୋଇଥିବା କୁହାଯାଉଛି। ଏପରିକି କେନ୍ଦ୍ରରେ ଏନ୍ଡିଏ ବହୁମତ ପାଇଥିଲେ ମଧ୍ୟ କଂଗ୍ରେସ ନେତୃତ୍ବାଧିନ ଇଣ୍ଡି ମେଣ୍ଟ ସରକାର ଗଠନ ଆଶା ହରାଇ ନଥିବା କୁହାଯାଉଛି।

Tags: