୨୦୧୯ ଘୃଣା ଭାଷଣ ମାମଲା, ସପା ‌ନେତା ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡ

ଲକ୍ଷ୍ନୌ : ୨୦୧୯ ମସିହାର ଏକ ଘୃଣା ଭାଷଣ ମାମଲାରେ ସପା ନେତା ଆଜମ ଖାନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ରାମପୁର ଏମ୍‌ପି/ଏମଏଲଏ କୋର୍ଟ ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆଜମ ଖାନ୍‌ ରାମପୁର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏନେଇ ରାମପୁର ଜିଲ୍ଲା […]

Samaya Live Picture
Published On

ଲକ୍ଷ୍ନୌ : ୨୦୧୯ ମସିହାର ଏକ ଘୃଣା ଭାଷଣ ମାମଲାରେ ସପା ନେତା ଆଜମ ଖାନ୍‌ ଦୋଷୀସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ରାମପୁର ଏମ୍‌ପି/ଏମଏଲଏ କୋର୍ଟ ଆଜମ ଖାନ୍‌ଙ୍କୁ ୨ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ପ୍ରଚାର ସମୟରେ ଆଜମ ଖାନ୍‌ ରାମପୁର ଜିଲ୍ଲାପାଳ ଅଞ୍ଜନେୟ କୁମାର ସିଂହ ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେଇଥିଲେ। ଏନେଇ ରାମପୁର ଜିଲ୍ଲା ସହକାରୀ ଉନ୍ନୟନ ଅଧିକାରୀ (ପଞ୍ଚାୟତ) ଅନିଲ କୁମାର ଚୌହାନଙ୍କ ଦ୍ବାରା ଶାହଜାଦ ନଗର ଥାନାରେ ଏକ ଅଭିଯୋଗ ଦାଏର କରାଯାଇଥିଲା। ଏହି ମାମଲାରେ ଆଜମ ଖାନ୍‌ଙ୍କୁ ଜେଲ୍‌ଦଣ୍ଡ ହୋଇଛି। ପୂର୍ବରୁ ମଧ୍ୟ ଆଜମ ଖାନ୍‌ଙ୍କୁ ଅନ୍ୟ ଏକ ଘୃଣା ଭାଷଣ ମାମଲାରେ ୩ ବର୍ଷ ଜେଲ୍‌ଦଣ୍ଡ ‌ହୋଇଛି।

Tags: