୨୦୧୯ରେ ମୋଦୀ ମତେ ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ : କୁମାରସ୍ବାମୀ
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ଗତକାଲି ବିଧାନସଭାରେ ସମସ୍ତଙ୍କୁ ଚକ୍କିତ କରିବାଭଳି ମନ୍ତବ୍ୟ ରଖିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ ବୋଲି କୁମାରସ୍ବାମୀ ଦାବି କରିଛନ୍ତି। କିନ୍ତୁ ସେତେବେଳେ ସେ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ଆନୁଗତ୍ୟ ପ୍ରକାଶ ପାଇଁ ସେ ଏହା କରିଥିଲେ। କୁମାରସ୍ବାମୀ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନର ମାତ୍ର ୧୫ ଦିନ […]
ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ୍ ନେତା ଏଚ୍ଡି କୁମାରସ୍ବାମୀ ଗତକାଲି ବିଧାନସଭାରେ ସମସ୍ତଙ୍କୁ ଚକ୍କିତ କରିବାଭଳି ମନ୍ତବ୍ୟ ରଖିଛନ୍ତି। ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ପଦ ଯାଚିଥିଲେ ବୋଲି କୁମାରସ୍ବାମୀ ଦାବି କରିଛନ୍ତି। କିନ୍ତୁ ସେତେବେଳେ ସେ ସେହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କେବଳ କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ପ୍ରତି ଆନୁଗତ୍ୟ ପ୍ରକାଶ ପାଇଁ ସେ ଏହା କରିଥିଲେ। କୁମାରସ୍ବାମୀ କହିଛନ୍ତି, ୨୦୧୯ ଲୋକସଭା ନିର୍ବାଚନର ମାତ୍ର ୧୫ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୋତେ ଦିଲ୍ଲୀ ଡାକିଥିଲେ। ତାଙ୍କ ସହିତ ମୋର ପ୍ରାୟ ୧ ଘଣ୍ଟା ଧରି ବୈଠକ ହୋଇଥିଲା। ସେ ମୋତେ ବିଜେପି ସହ ହାତ ମିଳାଇବାକୁ କହିଥିଲେ। ଏଥିପାଇଁ ମୋତେ ସେହି ଅବଧିର ଅବଶିଷ୍ଟ ୪ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ କରିବାର ଅଫର ଦେଇଥିଲେ। କିନ୍ତୁ ମୁଁ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲି। କଂଗ୍ରେସ ସହ ଆମର ମେଣ୍ଟ ଥିବାରୁ ମୁଁ ଏପରି କହିଥିଲି। ମୋ ଖ୍ୟାତି ନଷ୍ଟ ହେବାକୁ ମୁଁ ଚାହୁନଥିଲି ବୋଲି କୁମାରସ୍ବାମୀ କହିଛନ୍ତି।




