୨୦୧୮ ମସିହାର ଏକ ମାନହାନି ମାମଲାରେ ସୁଲତାନପୁର କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧୀ

ଲକ୍ଷ୍ନୌ: ୨୦୧୮ର ଏକ ମାନହାନି ମାମଲାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କ ଓକିଲ ସନ୍ତୋଷ କୁମାର ପାଣ୍ଡେ କହିଛନ୍ତି, ରାହୁଲ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗ ରାଜନୈତିକ ଓ ତାଙ୍କର ଭାବମୂର୍ତ୍ତି ଖଣ୍ଡିତ କରିବାକୁ କରାଯାଇଛି ବୋଲି କୋର୍ଟଙ୍କୁ କହିଥିଲେ। ଆମେ ୧୨ ଅଗଷ୍ଟ ୨୦୨୪ରେ […]

Samaya Live Picture
Published On

ଲକ୍ଷ୍ନୌ: ୨୦୧୮ର ଏକ ମାନହାନି ମାମଲାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଉତ୍ତରପ୍ରଦେଶର ସୁଲତାନପୁର କୋର୍ଟରେ ହାଜର ହୋଇଛନ୍ତି। କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି। ଅଭିଯୋଗକାରୀଙ୍କ ଓକିଲ ସନ୍ତୋଷ କୁମାର ପାଣ୍ଡେ କହିଛନ୍ତି, ରାହୁଲ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗ ରାଜନୈତିକ ଓ ତାଙ୍କର ଭାବମୂର୍ତ୍ତି ଖଣ୍ଡିତ କରିବାକୁ କରାଯାଇଛି ବୋଲି କୋର୍ଟଙ୍କୁ କହିଥିଲେ। ଆମେ ୧୨ ଅଗଷ୍ଟ ୨୦୨୪ରେ ତାଙ୍କ ବିରୋଧରେ ପ୍ରମାଣ ଦାଖଲ କରିବୁ ବୋଲି ପାଣ୍ଡେ କହିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ, ୨୦୧୮ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ବେ‌ଙ୍ଗାଲୁରରେ ଏକ ନିର୍ବାଚନ ସଭାରେ ରାହୁଲ ଗାନ୍ଧୀ ଯୋଗ ଦେଇଥିଲେ। ଏହି ସମୟରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବିରୋଧରେ ମିଥ୍ୟା ଆରୋପ ଲଗାଇଥିଲେ। ସେ କହିଥିଲେ, ଭାରତର ଲୋକମାନେ ଭୁଲିଯାଇଛନ୍ତି ଯେ ବିଜେପିର ସଭାପତି ଜଣେ ହତ୍ୟା ଅଭିଯୁକ୍ତ। ଯେଉଁ ଦଳ ନିଜକୁ ସତ୍ୟବାଦିତା, ଶିଷ୍ଟତା ସମ୍ପର୍କରେ କହୁଛି, ସେହି ଦଳ ଏକ ହତ୍ୟା ଅଭିଯୁକ୍ତକୁ ନିଜ ଦଳର ସଭାପତି କରିଛି। ରାହୁଲଙ୍କ ଏହି ବୟାନ ବିରୋଧରେ ଉତ୍ତରପ୍ରଦେଶର ତତ୍‌କାଳୀନ ଜିଲ୍ଳା ସଭାପତି ବିଜୟ ମିଶ୍ରା ୪ ଅଗଷ୍ଟ ୨୦୧୮ରେ ସୁଲତାନପୁର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ମାନହାନି ମାମଲା ରୁଜୁ କରିଥିଲେ।

Tags: