୨୦୧୮ରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଥିଲି କି ଏବେ ବି ନାହିଁ : ସିନ୍ଦିଆ
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଜି କହିଛନ୍ତି, ସେ ପ୍ରତିଶୋଧମୂଳକ ରାଜନୀତିରେ ବିଶ୍ବାସ କରନ୍ତିନି କି ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଏବଂ ଦିଗବିଜୟ ସିଂହଙ୍କ ପ୍ରତି ତାଙ୍କ ମନରେ କୌଣସି କଠୋର ଭାବନା ନାହିଁ। ଭୋପାଳରେ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେଇ ସିନ୍ଧିଆ କହିଛନ୍ତି, ଯେତେବେଳେ ବି ସେ କିଛି ଭୁଲ୍ ଦେଖିବେ ସେ ଭୁଲ୍ ବିରୋଧରେ ଲଢ଼ିବେ। ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ସଂକ୍ରାନ୍ତରେ […]
ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ ଆଜି କହିଛନ୍ତି, ସେ ପ୍ରତିଶୋଧମୂଳକ ରାଜନୀତିରେ ବିଶ୍ବାସ କରନ୍ତିନି କି ବରିଷ୍ଠ କଂଗ୍ରେସ ନେତା କମଳ ନାଥ ଏବଂ ଦିଗବିଜୟ ସିଂହଙ୍କ ପ୍ରତି ତାଙ୍କ ମନରେ କୌଣସି କଠୋର ଭାବନା ନାହିଁ। ଭୋପାଳରେ ଏକ ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମରେ ଯୋଗ ଦେଇ ସିନ୍ଧିଆ କହିଛନ୍ତି, ଯେତେବେଳେ ବି ସେ କିଛି ଭୁଲ୍ ଦେଖିବେ ସେ ଭୁଲ୍ ବିରୋଧରେ ଲଢ଼ିବେ। ମୁଖ୍ୟମନ୍ତ୍ରୀ ହେବାର ଲକ୍ଷ୍ୟ ସଂକ୍ରାନ୍ତରେ ଟିପ୍ପଣୀ ରଖି ସିନ୍ଧିଆ କହିଛନ୍ତି, ମୁଁ କେବେ ବି ମୁଖ୍ୟମନ୍ତ୍ରୀ ଆସନ ଦୌଡ଼ରେ ନଥିଲି। ୨୦୧୮ରେ ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନଥିଲି କି ଆଜି ମଧ୍ୟ ନାହିଁ। କଂଗ୍ରେସ ଉପରେ ବର୍ଷି ସିନ୍ଦିଆ କହିଛନ୍ତି, ୨୦୧୮ରେ ୧୫ ମାସ ପାଇଁ ମିଥ୍ୟା ଏବଂ ଲୁଟ୍ର ସରକାର ଗଠନ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ ଆଗକୁ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସିନ୍ଦିଆ ଏହି ଟିପ୍ପଣୀ ଦେଇଛନ୍ତି।




