୨୦୧୬ର ଦୁର୍ଘଟଣା ମାମଲାରେ ୨ କୋଟି ଟଙ୍କା କ୍ଷତିପୂରଣ ଦେବ ବୀମା କମ୍ପାନି
ନୂଆଦିଲ୍ଲୀ: ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ (ଏମ୍ଏସିଟି) ଏକ ବୀମା କମ୍ପାନିକୁ ୨୦୧୬ରେ ଜଣେ ନାବାଳକ ଚଳାଉଥିବା ମର୍ସିଡିଜ୍ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୨ ବର୍ଷୀୟ ବ୍ୟକ୍ତିଙ୍କ ପିତାମାତାଙ୍କୁ ପ୍ରାୟ ୧.୯୮ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ମଧ୍ୟରେ ମୃତକ ସିଦ୍ଧାର୍ଥ ଶର୍ମାଙ୍କ ପିତାମାତାଙ୍କୁ ୧.୨୧ କୋଟି ଟଙ୍କା କ୍ଷତିପୂରଣ ସହିତ ପ୍ରାୟ ୭୭.୬୧ ଲକ୍ଷ ଟଙ୍କା ସୁଧ ପ୍ରଦାନ କରିବାକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ଏପ୍ରିଲ ୪ […]
ନୂଆଦିଲ୍ଲୀ: ମୋଟର ଆକ୍ସିଡେଣ୍ଟ କ୍ଲେମ୍ ଟ୍ରିବ୍ୟୁନାଲ (ଏମ୍ଏସିଟି) ଏକ ବୀମା କମ୍ପାନିକୁ ୨୦୧୬ରେ ଜଣେ ନାବାଳକ ଚଳାଉଥିବା ମର୍ସିଡିଜ୍ କାର୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୩୨ ବର୍ଷୀୟ ବ୍ୟକ୍ତିଙ୍କ ପିତାମାତାଙ୍କୁ ପ୍ରାୟ ୧.୯୮ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ୩୦ ଦିନ ମଧ୍ୟରେ ମୃତକ ସିଦ୍ଧାର୍ଥ ଶର୍ମାଙ୍କ ପିତାମାତାଙ୍କୁ ୧.୨୧ କୋଟି ଟଙ୍କା କ୍ଷତିପୂରଣ ସହିତ ପ୍ରାୟ ୭୭.୬୧ ଲକ୍ଷ ଟଙ୍କା ସୁଧ ପ୍ରଦାନ କରିବାକୁ ଟ୍ରିବୁନାଲ ନିର୍ଦ୍ଦେଶ ଦେଇଛନ୍ତି। ୨୦୧୬ ଏପ୍ରିଲ ୪ ତାରିଖରେ ଦିଲ୍ଲୀର ସିଭିଲ ଲାଇନ୍ସ ଅଞ୍ଚଳରେ ଜଣେ ନାବାଳକଙ୍କ ଦ୍ୱାରା ଚଲାଯାଉଥିବା ମର୍ସିଡିଜ୍ ଧକ୍କାରେ ସିଦ୍ଧାର୍ଥ ଶର୍ମାଙ୍କର ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ଏକ ସିକ୍ୟୁରିଟି କ୍ୟାମେରାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ରେକର୍ଡ ହୋଇଥିଲା। ନାବାଳକ ପୁଅକୁ ମର୍ସିଡିଜ୍ କାର୍ ଚଳାଇବାରୁ ରୋକିବାରେ ବିଫଳ ହୋଇଥିବାରୁ ଟ୍ରିବ୍ୟୁନାଲ୍ ତା’ ବାପାଙ୍କୁ ଦାୟୀ କରିଛନ୍ତି। କୋର୍ଟ ବୀମା କଂପାନିକୁ ଅଭିଯୁକ୍ତଙ୍କ ପିତାଙ୍କ କମ୍ପାନିଠାରୁ କ୍ଷତିପୂରଣ ରାଶି ଆଦାୟ କରିବାର ସ୍ୱାଧୀନତା ଦେଇଛନ୍ତି।




