୨୦୧୦ ମସିହାର ଭାଷଣ ମାମଲାରେ ଅରୁନ୍ଧତୀ ରାୟଙ୍କ ବିରୋଧରେ ବିଚାରଣ ଚାଲିବ

ନୂଆଦିଲ୍ଲୀ : ୨୦୧୦ ମସିହାର ଏକ ଉତ୍ତେଜକ ଭାଷଣ ମାମଲାରେ ଲେଖିକା ଅରୁନ୍ଧତୀ ରାୟ ଏବଂ କାଶ୍ମୀର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଶେଖ ଶୌକତ ହୁସେନଙ୍କ ବିରୋଧରେ ବିଚାରଣ ଆରମ୍ଭ ହେବ। ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ଆଜି ଏଥିପାଇଁ ଅନୁମତି ଦେଇଛନ୍ତି। ଉଭୟ ଅରୁନ୍ଧତୀ ଏବଂ ଶେଖ୍ ଶୌକତ ୨୦୧୦ ମସିହାରେ ଦିଲ୍ଲୀରେ ଏକ ସେମିନାର୍ ସମୟରେ ଭାରତ ବିରୋଧୀ ଟିପ୍ପଣୀ ଦେଇଥିଲେ। ‘ଆଜାଦୀ : ଦ ଓନଲି ୱେ’ କନଭେନସନରେ ସେମାନଙ୍କ ଉତ୍ତେଜକ […]

Samaya Live Picture
Published On

ନୂଆଦିଲ୍ଲୀ : ୨୦୧୦ ମସିହାର ଏକ ଉତ୍ତେଜକ ଭାଷଣ ମାମଲାରେ ଲେଖିକା ଅରୁନ୍ଧତୀ ରାୟ ଏବଂ କାଶ୍ମୀର ବିଶ୍ବବିଦ୍ୟାଳୟର ପୂର୍ବତନ ପ୍ରଫେସର ଶେଖ ଶୌକତ ହୁସେନଙ୍କ ବିରୋଧରେ ବିଚାରଣ ଆରମ୍ଭ ହେବ। ଦିଲ୍ଲୀ ଉପରାଜ୍ୟପାଳ ଭି କେ ସାକ୍ସେନା ଆଜି ଏଥିପାଇଁ ଅନୁମତି ଦେଇଛନ୍ତି। ଉଭୟ ଅରୁନ୍ଧତୀ ଏବଂ ଶେଖ୍ ଶୌକତ ୨୦୧୦ ମସିହାରେ ଦିଲ୍ଲୀରେ ଏକ ସେମିନାର୍ ସମୟରେ ଭାରତ ବିରୋଧୀ ଟିପ୍ପଣୀ ଦେଇଥିଲେ। ‘ଆଜାଦୀ : ଦ ଓନଲି ୱେ’ କନଭେନସନରେ ସେମାନଙ୍କ ଉତ୍ତେଜକ ଭାଷଣ ପାଇଁ ସେମାନଙ୍କ ବିରୋଧରେ ସୁଶୀଲ ପଣ୍ଡିତ ଏବଂ ଅନ୍ୟ ଏକ କାଶ୍ମୀରୀ ପଣ୍ଡିତ ସଂଗଠନ ‘ରୁଟ୍ସ ଇନ୍ କାଶ୍ମୀର’ ଦ୍ବାରା ଅଭିଯୋଗ ଦାଏର ହୋଇଥିଲା। ସୁଶୀଲ ପଣ୍ଡିତ ଅଭିଯୋଗ କରିଛନ୍ତି ଯେ ସେମିନାରରେ ଭାରତରୁ କାଶ୍ମୀରକୁ ପୃଥକ୍ କରିବା ସଂକ୍ରାନ୍ତରେ ଆଲୋଚନା ହୋଇଥିଲା। ସେମାନେ ଦେଇଥିବା ଭାଷଣ ଉତ୍ତେଜନା ସୃଷ୍ଟିକାରୀ ଏବଂ ଏହା ସାର୍ବଜନୀନ ଶାନ୍ତି ଏବଂ ସୁରକ୍ଷା ପାଇଁ ବିପଦ ବୋଲି ସେ କହିଥିଲେ।

Tags: