୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବାପରେ ସନ୍ନ୍ୟାସୀ ହେବେ ଗୁଜରାଟ ଦମ୍ପତି

ସୁରଟ : ଗୁଜରାଟର ଜଣେ ଧନୀ ଜୈନ ଦମ୍ପତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବାପରେ ସନ୍ନ୍ୟାସୀ ହେବାକୁ ଯାଉଛନ୍ତି। ଫେବ୍ରୁଆରି ମାସରେ ଏକ ବଡ଼ ଧରଣର ସମାରୋହରେ ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଥିଲେ। ନିର୍ମାଣ ବ୍ୟବସାୟ କରିଥିବା ହିମ୍ମତନଗରର ଏହି ବ୍ୟବସାୟୀ ଦମ୍ପତିଙ୍କର ୧୯ ବର୍ଷୀୟା ଝିଅ ଓ ୧୬ ବର୍ଷର ପୁଅ ୨୦୨୨ରେ ସନ୍ନ୍ୟାସୀ ହୋଇଥିଲେ। ଏବେ ସେମାନେ ସେମାନଙ୍କ ପୁଅ, ଝିଅଙ୍କ […]

Samaya Live Picture
Published On

ସୁରଟ : ଗୁଜରାଟର ଜଣେ ଧନୀ ଜୈନ ଦମ୍ପତି ପାଖାପାଖି ୨୦୦ କୋଟି ଟଙ୍କାର ସମ୍ପତ୍ତି ଦାନ କରିବାପରେ ସନ୍ନ୍ୟାସୀ ହେବାକୁ ଯାଉଛନ୍ତି। ଫେବ୍ରୁଆରି ମାସରେ ଏକ ବଡ଼ ଧରଣର ସମାରୋହରେ ଭବେଶ ଭଣ୍ଡାରୀ ଓ ତାଙ୍କ ପତ୍ନୀ ସେମାନଙ୍କର ସମସ୍ତ ସମ୍ପତ୍ତି ଦାନ କରିଥିଲେ। ନିର୍ମାଣ ବ୍ୟବସାୟ କରିଥିବା ହିମ୍ମତନଗରର ଏହି ବ୍ୟବସାୟୀ ଦମ୍ପତିଙ୍କର ୧୯ ବର୍ଷୀୟା ଝିଅ ଓ ୧୬ ବର୍ଷର ପୁଅ ୨୦୨୨ରେ ସନ୍ନ୍ୟାସୀ ହୋଇଥିଲେ। ଏବେ ସେମାନେ ସେମାନଙ୍କ ପୁଅ, ଝିଅଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ଏପ୍ରିଲ ୨୨ ତାରିଖରେ ସନ୍ନ୍ୟାସ ନେବା ପରେ ଦମ୍ପତିଙ୍କୁ ସମସ୍ତ ପାରିବାରିକ ସମ୍ପର୍କ ଛିନ୍ନ କରିବାକୁ ପଡ଼ିବ ଏବଂ ସେମାନଙ୍କୁ କୌଣସି ‘ଭୌତିକ ବସ୍ତୁ’ ରଖିବାକୁ ଅନୁମତି ମିଳିବ ନାହିଁ। ଏହାପରେ ସେମାନେ ଖାଲି ପାଦରେ ସାରା ଭାରତରେ ଚାଲିବେ ଏବଂ କେବଳ ଭିକ୍ଷାରେ ବଞ୍ଚିବେ। ଭଣ୍ଡାରୀ ଦମ୍ପତି ଅନ୍ୟ ୩୫ ଜଣଙ୍କ ସହ ମିଶି ୪ କିଲୋମିଟର ଶୋଭାଯାତ୍ରାରେ ବାହାରି ମୋବାଇଲ ଫୋନ୍ ଓ ଏୟାର କଣ୍ଡିସନର ସମେତ ସମସ୍ତ ସମ୍ପତ୍ତି ଦାନ କରିଥିଲେ। ଶୋଭାଯାତ୍ରାର ଭିଡିଓରେ ଦମ୍ପତି ରାଜା ଭଳି ପୋଷାକ ପିନ୍ଧି ରଥ ଉପରେ ବସିଥିବାର ଦେଖିବାକୁ ମିଳିଛି। ଗତ ବର୍ଷ ଗୁଜରାଟରେ ଜଣେ କୋଟିପତି ହୀରା ବ୍ୟବସାୟୀ ଓ ତାଙ୍କ ପତ୍ନୀ ତାଙ୍କ ୧୨ ବର୍ଷର ପୁଅ ସନ୍ନ୍ୟାସ ଗ୍ରହଣ କରିବାର ପାଞ୍ଚ ବର୍ଷ ପରେ ସମାନ ପଦକ୍ଷେପ ନେଇଥିଲେ।

Tags: