୨୦୦୮ ଜୟପୁର ବିସ୍ଫୋରଣ ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ 

ଜୟପୁର : ୨୦୦୮ ଜୟପୁର ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ୪ ଦୋଷୀ  ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସୂଚନା‌ନୁଯାୟୀ ୧୩ ମେ’ ୨୦୦୮ରେ ରାଜସ୍ଥାନର ଜୟପୁରରେ ସାଇକଲ୍‌ ବୋମା‌ ଦ୍ବାରା ମାତ୍ର ୧୫ ମିନିଟ୍‌ ମଧ୍ୟରେ ୧୦ଟି ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା। ମାନକ ଚୌକ ଖାଣ୍ଡା, ଜୋହରି ବଜାର ସମେତ ୯ଟି ସ୍ଥାନର ‌ବୋମା ଫୁଟିଥିଲା। ଏଥିରେ ୭୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୦ ଆହତ ହୋଇଥିଲେ। ତେବେ […]

୨୦୦୮ ଜୟପୁର ବିସ୍ଫୋରଣ ମାମଲା: ୪ ଦୋଷୀଙ୍କୁ ଆଜୀବନ କାରାଦଣ୍ଡ 
Samaya Live Picture
Published On

ଜୟପୁର : ୨୦୦୮ ଜୟପୁର ସିରିଜ୍‌ ବୋମା ବିସ୍ଫୋରଣ ମାମଲାରେ ୪ ଦୋଷୀ  ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି। ସୂଚନା‌ନୁଯାୟୀ ୧୩ ମେ’ ୨୦୦୮ରେ ରାଜସ୍ଥାନର ଜୟପୁରରେ ସାଇକଲ୍‌ ବୋମା‌ ଦ୍ବାରା ମାତ୍ର ୧୫ ମିନିଟ୍‌ ମଧ୍ୟରେ ୧୦ଟି ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ବିସ୍ଫୋରଣ ଘଟାଇବାକୁ ଯୋଜନା ହୋଇଥିଲା। ମାନକ ଚୌକ ଖାଣ୍ଡା, ଜୋହରି ବଜାର ସମେତ ୯ଟି ସ୍ଥାନର ‌ବୋମା ଫୁଟିଥିଲା। ଏଥିରେ ୭୧ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮୦ ଆହତ ହୋଇଥିଲେ। ତେବେ ‌ଚାନ୍ଦପୋଲ୍‌ ରାମମନ୍ଦିର ନିକଟରେ ବୋମା ଫୁଟିନଥିଲା। ଏହି ଅଫୁଟା ବୋମାକୁ ଆଧାର କରି ତଦନ୍ତ ଆରମ୍ଭ ହୋଇଥିଲା ଓ ଶେଷରେ ପୁଲିସ ୫ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏପ୍ରିଲ୍‌ ୪ରେ ଏହି ମାମଲାରେ ଅଭିଯୁକ୍ତ ସରୱାର ଆଜମୀ, ଶାହବାଜ୍‌, ସଇଫୁର ରେହମାନ୍‌ ଓ ମହମ୍ମଦ ସୈଫ୍‌ଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ଆଜି ଦଣ୍ଡାଦେଶ ଶୁଣାଇଛନ୍ତି। ସମସ୍ତ ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।

Tags: