୧୯ ବର୍ଷୀୟ ହରିୟାଣା ଗ୍ୟାଙ୍ଗଷ୍ଟରକୁ ଇଣ୍ଟରପୋଲ୍ ରେଡ୍ କର୍ନର ନୋଟିସ
ନୂଆଦିଲ୍ଲୀ: ହରିୟାଣାର ୧୯ ବର୍ଷୀୟ ଗ୍ୟାଙ୍ଗଷ୍ଟର ଯୋଗେଶ କାଦୟାନ ବିରୋଧରେ ଇଣ୍ଟରପୋଲ୍ ରେଡ କର୍ନର ନୋଟିସ ଜାରି କରିଛି। କାଦୟାନ ବିରୋଧରେ ହତ୍ୟା ଉଦ୍ୟମ, ଅପରାଧିକ ଷଡ଼ଯନ୍ତ୍ର ମାମଲା ରହିଛି। ମିଳିଥିବା ସୂଚନାନୁଯାୟୀ, ଯୋଗେଶ ଏବେ ଭାରତ ଛାଡ଼ି ଆମେରିକାରେ ରହୁଛି। ଗ୍ୟାଙ୍ଗଷ୍ଟର –ଆତଙ୍କୀ ନେଟୱର୍କ ଉପରେ ଏନ୍ଆଇଏ ଚଢ଼ଉ କରିବାପରେ ଅନେକ ଗ୍ୟାଙ୍ଗଷ୍ଟର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ଏବଂ ନକଲି ପାସପୋର୍ଟ ବ୍ୟବହାର କରି ଦେଶ ଛାଡ଼ି ଦେଇଛନ୍ତି। ଯୋଗେଶ ମଧ୍ୟ ନକଲି ପାସପୋର୍ଟ ବ୍ୟବହାର କରି […]
ନୂଆଦିଲ୍ଲୀ: ହରିୟାଣାର ୧୯ ବର୍ଷୀୟ ଗ୍ୟାଙ୍ଗଷ୍ଟର ଯୋଗେଶ କାଦୟାନ ବିରୋଧରେ ଇଣ୍ଟରପୋଲ୍ ରେଡ କର୍ନର ନୋଟିସ ଜାରି କରିଛି। କାଦୟାନ ବିରୋଧରେ ହତ୍ୟା ଉଦ୍ୟମ, ଅପରାଧିକ ଷଡ଼ଯନ୍ତ୍ର ମାମଲା ରହିଛି। ମିଳିଥିବା ସୂଚନାନୁଯାୟୀ, ଯୋଗେଶ ଏବେ ଭାରତ ଛାଡ଼ି ଆମେରିକାରେ ରହୁଛି। ଗ୍ୟାଙ୍ଗଷ୍ଟର –ଆତଙ୍କୀ ନେଟୱର୍କ ଉପରେ ଏନ୍ଆଇଏ ଚଢ଼ଉ କରିବାପରେ ଅନେକ ଗ୍ୟାଙ୍ଗଷ୍ଟର ଅଣ୍ଡରଗ୍ରାଉଣ୍ଡ ହୋଇଯାଇଛନ୍ତି ଏବଂ ନକଲି ପାସପୋର୍ଟ ବ୍ୟବହାର କରି ଦେଶ ଛାଡ଼ି ଦେଇଛନ୍ତି। ଯୋଗେଶ ମଧ୍ୟ ନକଲି ପାସପୋର୍ଟ ବ୍ୟବହାର କରି ଦେଶ ଛାଡ଼ି ଚାଲି ଯାଇଥିବା କୁହାଯାଉଛି। ଯୋଗେଶର ବମ୍ବିହା ଗ୍ୟାଙ୍ଗ୍ ଏବଂ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ସମ୍ପୃକ୍ତି ରହିଛି। ଖଲିସ୍ତାନୀ ସମ୍ପୃକ୍ତି ମାମଲାରେ ତଦନ୍ତ କରିବାପାଇଁ ନିକଟରେ ଯୋଗେଶର ଘରେ ଏନଆଇଏ ଚଢ଼ଉ ହୋଇଥିଲା। ଗ୍ୟାଙ୍ଗଷ୍ଟର ଯୋଗେଶ ସଂକ୍ରାନ୍ତରେ ସୂଚନା ପାଇଁ ୧.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଛି।




