୧୯୯ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ ରଖିଛି ହମାସ୍‌ : ଇସ୍ରାଏଲ ସେନା

ନୂଆଦିଲ୍ଲୀ: ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ସେମାନେ ମୋଟ୍‌ ୧୯୯ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଏହା ଦାବି କରାଯାଇଛି। ପୂର୍ବରୁ ୧୫୫ ଇସ୍ରାଏଲୀ ନାଗରିକଙ୍କୁ ହମାସ୍‌ ପଣବନ୍ଦୀ କରି ରଖିଛି ବୋଲି ଇସ୍ରାଏଲ ସେନା କହିଥିଲା। କିନ୍ତୁ ପ୍ରକୃତ ସଂଖ୍ୟା ୧୫୫ ନୁହେଁ। ହମାସ୍‌ ୧୯୯ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ରଖିଛି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ପଣବନ୍ଦୀ ଥିବା […]

Samaya Live Picture
Published On

ନୂଆଦିଲ୍ଲୀ: ଅକ୍ଟୋବର ୭ରେ ହମାସ୍‌ ଇସ୍ରାଏଲ ଉପରେ ଆକ୍ରମଣ ଆରମ୍ଭ କରିବା ପରଠାରୁ ସେମାନେ ମୋଟ୍‌ ୧୯୯ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ରଖିଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଏହା ଦାବି କରାଯାଇଛି। ପୂର୍ବରୁ ୧୫୫ ଇସ୍ରାଏଲୀ ନାଗରିକଙ୍କୁ ହମାସ୍‌ ପଣବନ୍ଦୀ କରି ରଖିଛି ବୋଲି ଇସ୍ରାଏଲ ସେନା କହିଥିଲା। କିନ୍ତୁ ପ୍ରକୃତ ସଂଖ୍ୟା ୧୫୫ ନୁହେଁ। ହମାସ୍‌ ୧୯୯ ଇସ୍ରାଏଲୀ ନାଗରିକଙ୍କୁ ପଣବନ୍ଦୀ କରି ରଖିଛି ବୋଲି ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ପଣବନ୍ଦୀ ଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗ କରାଯାଉଛି ଏବଂ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ସେନା ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷେ ଇସ୍ରାଏଲୀ ପଣବନ୍ଦୀଙ୍କ ସଂକ୍ରାନ୍ତରେ ଆଜି ଇରାନ ଟିପ୍ପଣୀ ରଖିଛି। ଇରାନ ବିଦେଶ ମନ୍ତ୍ରାଳୟ ଆଜି କହିଛି ଯଦି ଇସ୍ରାଏଲ ଗାଜା ଷ୍ଟ୍ରିପ୍‌ ଉପରେ ବିମାନ ଆକ୍ରମଣ ବନ୍ଦ କରିବ ତେବେ ହମାସ୍‌ ପଣବନ୍ଦୀ ରଖିଥିବା ପ୍ରାୟ ୨୦୦ ନାଗରିକଙ୍କୁ ମୁକ୍ତ କରିବାକୁ ପ୍ରସ୍ତୁତ ଅଛି।

Tags: