୧୯୯୭ ହାଜତ ନିର୍ଯାତନା ମାମଲାରେ ଗିରଫ ଆଇପିଏସ୍‌ ଅଧିକାରୀ ସଞ୍ଜୀବ ଭଟ୍ଟ ନିର୍ଦ୍ଦୋଶ

ପୋରବନ୍ଦର: ୧୯୯୭ରେ ହାଜତ ନିର୍ଯାତନା ମାମଲାରେ ଗୁଜରାଟର ପୂର୍ବତନ ଆଇପିଏସ୍‌ ଆଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ନିମ୍ନ ଅଦାଲତ ନିର୍ଦ୍ଦୋଷ ପ୍ରମାଣିତ କରିଛି। ପୋରବନ୍ଦର ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକେଶ ପାଣ୍ଡ୍ୟା ମାମଲାର ବିଚାର କରି ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ପରେ ମଧ୍ୟ ଗୁଜରାଟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିପାରିଲା ନାହିଁ। ଏହାବ୍ୟତୀତ ଏକ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଇନାନୁସାରେ ପ୍ରାକ୍‌ […]

Samaya Live Picture
Published On

ପୋରବନ୍ଦର: ୧୯୯୭ରେ ହାଜତ ନିର୍ଯାତନା ମାମଲାରେ ଗୁଜରାଟର ପୂର୍ବତନ ଆଇପିଏସ୍‌ ଆଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ନିମ୍ନ ଅଦାଲତ ନିର୍ଦ୍ଦୋଷ ପ୍ରମାଣିତ କରିଛି। ପୋରବନ୍ଦର ଅତିରିକ୍ତ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍‌ ମୁକେଶ ପାଣ୍ଡ୍ୟା ମାମଲାର ବିଚାର କରି ଆଜି ଚୂଡ଼ାନ୍ତ ରାୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଦୀର୍ଘ ଦିନ ପରେ ମଧ୍ୟ ଗୁଜରାଟ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ ପ୍ରମାଣ କରିପାରିଲା ନାହିଁ। ଏହାବ୍ୟତୀତ ଏକ ସରକାରୀ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଆଇନାନୁସାରେ ପ୍ରାକ୍‌ ଅନୁମତି ନେବା ଆବଶ୍ୟକ, କିନ୍ତୁ ଏହା ନିଆଯାଇନଥିଲା। ଏଣୁ ତାଙ୍କ ବିରୋଧରେ ଲାଗିଥିବା ଆଇପିସିର ଧାରା ୩୨୬, ୩୩୦, ୩୪ରେ ପ୍ରମାଣ ଅଭାବରୁ ଖାରଜ କରାଯାଉଛି। ଯେହେତୁ ସେ ବର୍ତ୍ତମାନ ଜେଲ୍‌ରେ ଅଛନ୍ତି, ଏଣୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ଜାମିନ ନିମନ୍ତେ କୌଣସି ନିର୍ଦ୍ଦେଶ ଦିଆଯାଉନାହିଁ। ସୂଚନାଯୋଗ୍ୟ, ୧୯୯୦ ହାଜତ ମୃତ୍ୟୁ ମାମଲାରେ ସଞ୍ଜୀବ ଭଟ୍ଟଙ୍କୁ ଜାମନଗର କୋର୍ଟ ୨୦୧୯ରେ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିଭଳି ଅନ୍ୟଏକ ମିଥ୍ୟା ଡ୍ରଗ୍ସ ମାମଲାରେ ବନସକନ୍ଥା ଜିଲ୍ଲା ସେ‌ସନ୍‌ସ କୋର୍ଟରେ ଦୋଷୀ ସାବ୍ୟସ୍ତ ହୋଇ ୨୦ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇ କାରାଦଣ୍ଡ ଭୋଗୁଛନ୍ତି।

Tags: