୧୯୯୫ ଡବଲ ମର୍ଡର ମାମଲା, ବିହାରର ପୂର୍ବତନ ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡ

ପାଟନା : ୧୯୯୫ ମସିହାର ଏକ ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ସୁପ୍ରିମକୋର୍ଟ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୯୫ ମାର୍ଚ୍ଚରେ ବିହାରର ସରନ ଜିଲ୍ଲା ଅଧୀନସ୍ଥ ଛାପ୍ରାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନ ପ୍ରଭୁନାଥଙ୍କ ବିରୋଧରେ ଭୋଟ୍ ଦେଇଥିବା ୨ ଜଣ ବ୍ୟକ୍ତିଙ୍କୁ ସେ ଗୁଳି କରି ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ବିଚାରଣ ଚାଲିଥିଲା। ମାମଲାରେ […]

Samaya Live Picture
Published On

ପାଟନା : ୧୯୯୫ ମସିହାର ଏକ ଡବଲ ମର୍ଡର ମାମଲାରେ ପୂର୍ବତନ ଆରଜେଡି ସାଂସଦ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ସୁପ୍ରିମକୋର୍ଟ ପ୍ରଭୁନାଥ ସିଂହଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୯୯୫ ମାର୍ଚ୍ଚରେ ବିହାରର ସରନ ଜିଲ୍ଲା ଅଧୀନସ୍ଥ ଛାପ୍ରାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ଦିନ ପ୍ରଭୁନାଥଙ୍କ ବିରୋଧରେ ଭୋଟ୍ ଦେଇଥିବା ୨ ଜଣ ବ୍ୟକ୍ତିଙ୍କୁ ସେ ଗୁଳି କରି ହତ୍ୟା କରିଥିଲେ। ଏହି ମାମଲାରେ ତାଙ୍କ ବିରୋଧରେ ବିଚାରଣ ଚାଲିଥିଲା। ମାମଲାରେ ସେ ଦୋଷୀସାବ୍ୟସ୍ତ ହୋଇଛନ୍ତି ଏବଂ ତାଙ୍କୁ ଆଜୀବନ କାରାଦଣ୍ଡ ହୋଇଛି। ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟ ୧୮ ତାରିଖରେ ଜଷ୍ଟିସ ସଂଜୟ କିଶାନ କୌଲ, ଅଭୟ ଏସ୍ ଓକା ଏବଂ ବିକ୍ରମ ନାଥ ସିଂହଙ୍କ ଖଣ୍ଡପୀଠ ଆଇପିସିର ଧାରା ୩୦୨ ଏବଂ ୩୦୩୭ ଅଧୀନରେ ପ୍ରଭୁନାଥଙ୍କୁ ଏହି ମାମଲାରେ ଦୋଷୀସାବ୍ୟସ୍ତ କରିଥିଲେ। ସେହିପରି ୨ ମୃତକଙ୍କ ପରିବାର ସଦସ୍ୟଙ୍କୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାପାଇଁ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଭୁନାଥ ସିଂହ ଦ୍ବାଦଶ, ତ୍ରୟୋଦଶ, ଏବଂ ଚତୁର୍ଦ୍ଦଶ ଲୋକସଭା ସଦସ୍ୟ ରହିଛନ୍ତି। ସେ ୧୯୮୫ରୁ ୧୯୯୫ ପର୍ଯ୍ୟନ୍ତ ମସରଖ ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଛନ୍ତି ଏବଂ ୧୯୯୮ରୁ ୨୦୦୯ ପର୍ଯ୍ୟନ୍ତ ମହାରାଜଗଞ୍ଜ ଲୋକସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ବ କରିଛନ୍ତି। ୨୦୧୩ରେ ପ୍ରଭୁନାଥ ସିଂହ ଉପନିର୍ବାଚନ ଜିତି ୨୦୧୪ ପର୍ଯ୍ୟନ୍ତ ସଂସଦର ସଦସ୍ୟ ରହିଥିଲେ।

Tags: