୧୯୯୧ ମସିହାର ହତ୍ୟା ମାମଲାରେ ମୁଖ୍‌ତାର ଅନ୍‌ସାରୀଙ୍କୁ ଆଜୀବନ ଜେଲ୍‌

ନୂଆଦିଲ୍ଲୀ :୧୯୯୧ ମସିହାର ଅୱଧେଶ ରାୟ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନ୍‌ସାରୀ ଆଜି ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ବାରଣାସୀର ଏକ ସ୍ବତନ୍ତ୍ର ଏମ୍‌ପି ଏମଏଲଏ କୋର୍ଟ ଆଜି ଏହି ମାମଲାରେ ଅନ୍‌ସାରୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବଦ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାହ୍ନ ୨ଟାରେ କୋର୍ଟ ଏହି ମାମଲାରେ ଅନ୍‌ସାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି।। ଏଥିପାଇଁ କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୧୯୯୧ ଅଗଷ୍ଟ ୩ ତାରିଖ‌ରେ […]

Samaya Live Picture
Published On

ନୂଆଦିଲ୍ଲୀ :୧୯୯୧ ମସିହାର ଅୱଧେଶ ରାୟ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ମୁଖତାର ଅନ୍‌ସାରୀ ଆଜି ଦୋଷୀସାବ୍ୟସ୍ତ ହୋଇଛନ୍ତି। ଉତ୍ତରପ୍ରଦେଶ ବାରଣାସୀର ଏକ ସ୍ବତନ୍ତ୍ର ଏମ୍‌ପି ଏମଏଲଏ କୋର୍ଟ ଆଜି ଏହି ମାମଲାରେ ଅନ୍‌ସାରୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ତାଙ୍କୁ ଆଜୀବଦ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅପରାହ୍ନ ୨ଟାରେ କୋର୍ଟ ଏହି ମାମଲାରେ ଅନ୍‌ସାରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି।। ଏଥିପାଇଁ କୋର୍ଟ ପରିସରରେ ସୁରକ୍ଷା କଡ଼ାକଡ଼ି କରାଯାଇଥିଲା। ଉଲ୍ଲେଖଯୋଗ୍ୟ ଯେ ୧୯୯୧ ଅଗଷ୍ଟ ୩ ତାରିଖ‌ରେ କଂଗ୍ରେସ ନେତା ଏବଂ ପୂର୍ବତନ ବିଧାୟକ ଅଜୟ ରାୟଙ୍କ ଭାଇ ଅୱଧେଶ ରାୟଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ଅଜୟ ରାୟ ମୁଖତାର ଅନ୍‌ସାରୀ, ଭୀମ ସିଂହ ଏବଂ ପୂର୍ବତନ ବିଧାୟକ ଅବଦୁଲ କଲିମ ବିରୋଧରେ ଏତଲା ରୁଜୁ କରିଥିଲେ। ରାୟ ଆସିବାପରେ ଅଜୟ ରାୟ କହିଛନ୍ତି, ବହୁ ବର୍ଷର ପ୍ରତୀକ୍ଷାର ଅନ୍ତ ଘଟିଛି। ମୋ ବାପା ମା’ ଅୱଧେଶଙ୍କ ଝିଅ ଏବଂ ପୂରା ପରିବାର ଧୈର୍ଯ୍ୟର ସହ ଅପେକ୍ଷା କରିଥିଲୁ। ଆଜି ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି।

Tags: