୧୯୬୧ ପରେ ମଣିପୁର ଆସିଥିବା ଲୋକଙ୍କୁ ‘ପ୍ରତ୍ୟର୍ପଣ’ କରାଯିବ: ଏନ୍ ବୀରେନ୍ ସିଂହ

ଇମ୍ଫାଲ: ୧୯୬୧ ପରେ ଯେଉଁମାନେ ମଣିପୁର ଆସି ଶରଣାର୍ଥୀ ଭାବେ ବସବାସ କରିଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏନେଇ ଘୋଷଣା କରିଛନ୍ତି। ମେ’ ୨୦୨୩ରୁ ସାମ୍ପ୍ରଦାୟିକ ଉତ୍ତେଜନାର ସମ୍ମୁଖୀନ ହୋଇଥିବା ମଣିପୁରର ଜାତିଗତ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଏହାକୁ ଏକ ପଦକ୍ଷେପ ଭାବରେ ବିବେଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ମାସମାସ ଧରି ରାଜ୍ୟରେ ଚାଲିଥିବା ହିଂସା ପାଇଁ ଡ୍ରଗ୍ସ ମାଫିଆ ଓ ବେଆଇନ ପ୍ରବାସୀ, […]

Samaya Live Picture
Published On

ଇମ୍ଫାଲ: ୧୯୬୧ ପରେ ଯେଉଁମାନେ ମଣିପୁର ଆସି ଶରଣାର୍ଥୀ ଭାବେ ବସବାସ କରିଥିଲେ, ସେମାନଙ୍କୁ ଚିହ୍ନଟ କରାଯାଇ ନିଜ ଦେଶକୁ ପ୍ରତ୍ୟର୍ପଣ କରାଯିବ। ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏନେଇ ଘୋଷଣା କରିଛନ୍ତି। ମେ’ ୨୦୨୩ରୁ ସାମ୍ପ୍ରଦାୟିକ ଉତ୍ତେଜନାର ସମ୍ମୁଖୀନ ହୋଇଥିବା ମଣିପୁରର ଜାତିଗତ ସମ୍ପ୍ରଦାୟକୁ ସୁରକ୍ଷା ଦେବା ପାଇଁ ଏହାକୁ ଏକ ପଦକ୍ଷେପ ଭାବରେ ବିବେଚନା କରାଯାଇଛି। ମୁଖ୍ୟମନ୍ତ୍ରୀ ମାସମାସ ଧରି ରାଜ୍ୟରେ ଚାଲିଥିବା ହିଂସା ପାଇଁ ଡ୍ରଗ୍ସ ମାଫିଆ ଓ ବେଆଇନ ପ୍ରବାସୀ, ବିଶେଷକରି ମିଆଁମାରରୁ ଆସିଥିବା ଶରଣାର୍ଥୀମାନଙ୍କୁ ଦାୟୀ କରିଛନ୍ତି।
ସୋମବାର ଏକ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଶ୍ରୀ ସିଂହ ଏହି ଅଞ୍ଚଳର ସାମ୍ପ୍ରତିକ ସ୍ଥିତିକୁ ଅସ୍ତିତ୍ୱ ଓ ସାଂସ୍କୃତିକ ପରିଚୟ ପାଇଁ ସଂଘର୍ଷ ବୋଲି ବର୍ଣ୍ଣନା କରିବା ସହ ସମ୍ପୃକ୍ତ ପ୍ରସଙ୍ଗଗୁଡ଼ିକର ଗମ୍ଭୀରତା ଉପରେ ଆଲୋକପାତ କରିଥିଲେ। ସିଂହ କହିଛନ୍ତି, ଆମେ ଅସୁବିଧାଜନକ ସମୟ ଦେଇ ଗତି କରୁଛୁ। ଆଜି ଆମେ ଯେଉଁ ସଙ୍କଟର ସମ୍ମୁଖୀନ ହେଉଛୁ ତାହା ହେଉଛି ଅସ୍ତିତ୍ୱ, ବଞ୍ଚିବା ଏବଂ ପରିଚୟ ପାଇଁ ସଂଘର୍ଷ। ଶତାବ୍ଦୀ ଧରି ଉତ୍ତରାଧିକାରୀ ଭାବେ ମିଳିଥିବା ସମ୍ପତ୍ତି ଓ ପରିଚୟ ଏବେ କିଛି ରାଜନେତାଙ୍କ ଦୂରଦୃଷ୍ଟି ଅଭାବରୁ ଅସୁରକ୍ଷିତ ହୋଇପଡ଼ିଛି ବୋଲି ସିଂହ କହିଛନ୍ତି।

Tags: