୧୮ ରୁ କମ୍‌ ବୟସର ପିଲା ବାପା ମା’ଙ୍କ ବିନା ଅନୁମତିରେ ସୋସିଆଲ ମିଡିଆ ଆକାଉଣ୍ଟ୍‌ ଖୋଲି ପାରିବେନି

ନୂଆଦିଲ୍ଲୀ : ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋଶିଆଲ ମିଡିଆ ଆକାଉଣ୍ଟ ଖୋଲିବା ପାଇଁ ବାପା-ମା’ କିମ୍ବା ଅଭିଭାବକଙ୍କ ଅନୁମତି ନେବାକୁ ପଡ଼ିପାରେ। ଏନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେସନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଅନୁଯାୟୀ ସରକାରଙ୍କ ସିଟିଜେନ୍‌ ଏନ୍‌ଗେଜମେଣ୍ଟ୍‌ ପ୍ଲାଟଫର୍ମ […]

Samaya Live Picture
Published On

ନୂଆଦିଲ୍ଲୀ : ୧୮ ବର୍ଷରୁ କମ୍ ବୟସର ପିଲାଙ୍କୁ ସୋଶିଆଲ ମିଡିଆ ଆକାଉଣ୍ଟ ଖୋଲିବା ପାଇଁ ବାପା-ମା’ କିମ୍ବା ଅଭିଭାବକଙ୍କ ଅନୁମତି ନେବାକୁ ପଡ଼ିପାରେ। ଏନେଇ କେନ୍ଦ୍ର ସରକାର ଆଣିବାକୁ ଯାଉଛନ୍ତି ଡିଜିଟାଲ ପର୍ସୋନାଲ ଡାଟା ପ୍ରୋଟେକ୍ସନ ଆକ୍ଟ ୨୦୨୫। ଏ ସମ୍ପର୍କରେ କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଏବଂ ଇନଫର୍ମେସନ ଟେକନୋଲଜି ମନ୍ତ୍ରାଳୟ ପକ୍ଷରୁ ଡ୍ରାଫ୍ଟ ରୁଲ୍ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏକ ବିଜ୍ଞପ୍ତି ଅନୁଯାୟୀ ସରକାରଙ୍କ ସିଟିଜେନ୍‌ ଏନ୍‌ଗେଜମେଣ୍ଟ୍‌ ପ୍ଲାଟଫର୍ମ ମାଇଁଗଭ୍‌ ଡଟ୍‌ ଇନ୍‌ ଦ୍ବାରା ଚିଠା ନିୟମ ସଂକ୍ରାନ୍ତରେ ସର୍ବସାଧାରଣ ପରାମର୍ଶ ଏବଂ ସେମାନଙ୍କ ବିରୋଧ ବାର୍ତ୍ତା ଦାଖଲ କରିପାରିବେ। ଫେବ୍ରୁଆରି ୧୮ ପରେ ଏହା ଉପରେ ବିଚାର କରାଯିବ। ପିଲାମାନଙ୍କ ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ପାଇଁ ଚିଠା ନିୟମରେ କଡ଼ା ପଦକ୍ଷେପ ଉପରେ ଗୁରୁତ୍ବାରୋପ କରାଯାଇଛି।

Tags: