୧୮ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବଦଳି କଲା କେନ୍ଦ୍ର ସରକାର
ନୂଆଦିଲ୍ଲ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆଜି କେନ୍ଦ୍ର ସରକାର ବିଭିନ୍ନ ବିଭାଗର ୧୮ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଗଠିତ ଏପୋଇଣ୍ଟ୍ମେଣ୍ଟ୍ସ କମିଟି ଅଫ୍ କ୍ୟାବିନେଟ୍ (ଏସିସି)ର ସୁପାରିଶ କ୍ରମେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁସାରେ, କର୍ଣ୍ଣାଟକ କ୍ୟାଡର ୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବଙ୍କୁ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ମାର୍ଚ୍ଚ ୧ରେ […]
ନୂଆଦିଲ୍ଲ: ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଆଜି କେନ୍ଦ୍ର ସରକାର ବିଭିନ୍ନ ବିଭାଗର ୧୮ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ବଦଳି କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହଙ୍କୁ ନେଇ ଗଠିତ ଏପୋଇଣ୍ଟ୍ମେଣ୍ଟ୍ସ କମିଟି ଅଫ୍ କ୍ୟାବିନେଟ୍ (ଏସିସି)ର ସୁପାରିଶ କ୍ରମେ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାନୁସାରେ, କର୍ଣ୍ଣାଟକ କ୍ୟାଡର ୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବଙ୍କୁ ଅର୍ଥ ମନ୍ତ୍ରଣାଳୟର ରାଜସ୍ବ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ମାର୍ଚ୍ଚ ୧ରେ ସେକ୍ୟୁରିଟିସ୍ ଆଣ୍ଡ୍ ଏକ୍ସଚେଞ୍ଜ୍ ବୋର୍ଡ ଅଫ୍ ଇଣ୍ଡିଆ (ସେବି) ଅଧ୍ୟକ୍ଷ ଭାବେ ତୁହିନ କାନ୍ତ ପାଣ୍ଡେ ବଦଳି ହେବା ପରେ ଏହି ପଦବି ଖାଲି ରହିଥିଲା। ଅରବିନ୍ଦ ଶ୍ରୀବାସ୍ତନ ଏହାପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରି ଅର୍ଥ, କର୍ପୋରେଟ୍ ବ୍ୟାପାର ଓ ନିତି ଆୟୋଗ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ଦାୟିତ୍ବ ସମ୍ଭାଳିଥିଲେ। ରାଜସ୍ବ ସଚିବ ଭାବେ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିବା ଆଇଏଏସ୍ ଅଧିକାରୀ ତଥା ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ ଜୁନ ୩୦ରେ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ହିମାଚଳପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଅନୁରାଧା ଠାକୁରଙ୍କୁ ନିଯୁକ୍ତି ଦିଆଯାଇଛି। ୧୯୯୨ ବ୍ୟାଚ୍ ମଣିପୁର କ୍ୟାଡରର ଭୁମଲୁନ୍ମାଙ୍ଗ୍ ଭୁଆଲନାମ୍ଙ୍କୁ ‘ବ୍ୟୟ ସଚିବ’ ଭାବେ ନିଯୁକ୍ତି ଦିଆଯାଇଛି। ବ୍ୟୟ ସଚିବ ମନୋଜ ଗୋଭିଲ୍ଙ୍କୁ କ୍ୟାବିନେଟ୍ ସଚିବାଳୟର ସଚିବ (ସମନ୍ବୟ) ଭାବେ ବଦଳି କରାଯାଇଛି। ୧୯୯୪ ବ୍ୟାଚ୍ ରାଜେଶ ଅଗ୍ରୱାଲ୍ଙ୍କୁ ସ୍ବତନ୍ତ୍ର ସଚିବ ଭାବେ ପଦୋନ୍ନତି ଦିଆଯାଇଛି ଓ ବାଣିଜ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ବର୍ତ୍ତମାନର ବାଣିଜ୍ୟ ସଚିବ ସୁନୀଲ ବର୍ଥୱାଲ୍ ଚଳିତ ବର୍ଷ ସେପ୍ଟମ୍ବରରେ ଅବସର ଗ୍ରହଣ କରିବେ। ୧୯୯୪ ବ୍ୟାଚ୍ ମଧ୍ୟପ୍ରଦେଶ କ୍ୟାଡର ଆଇଏଏଏସ୍ଅଧିକାରୀ ବିବେକ ଅଗ୍ରୱାଲ୍ଙ୍କୁ ପଦୋନ୍ନତି ସହ ସଂସ୍କୃତି ମନ୍ତ୍ରଣାଳୟ ସଚିବ, ମଧ୍ୟପ୍ରଦେଶ କ୍ୟାଡରର ଅନ୍ୟଜଣେ ଆଇଏଏସ୍ ଅଧିକାରୀ ହରି ରଞ୍ଜନ ରାଓଙ୍କୁ କ୍ରୀଡ଼ା ସଚିବ, ଆସାମ-ମେଘାଳୟ କ୍ୟାଡରର ସମୀର କୁମାର ସିହ୍ନାଙ୍କୁ ବେସାମରିକ ବିମାନଚଳାଚଳ ସଚିବ ଓ ସନ୍ତୋଷ କୁମାର ଷଡ଼ଙ୍ଗୀଙ୍କୁ ନୂତନ ଓ ପାରମ୍ପରିକ ଶକ୍ତି ମନ୍ତ୍ରଣାଳୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି।




