୧୮ ଦିନ ଡିଜିଟାଲ୍ ଆରେଷ୍ଟ୍ରେ ରହିଲେ ନୈନିତାଲ ପ୍ରଫେସର
ଡେରାଡୁନ: ଆଗ୍ରାର ଜଣେ ୨୫ ବର୍ଷୀୟ ଯୁବକ ନୈନିତାଲ ଜିଲ୍ଲାର ଜଣେ ୫୮ ବର୍ଷୀୟ ପ୍ରଫେସରଙ୍କ ଠାରୁ ୪୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଛି। ପ୍ରଫେସର୍ଙ୍କ ନାଁ ପୁଲିସ ପ୍ରକାଶ କରିନି। କିନ୍ତୁ ପ୍ରଫେସର ଜଣଙ୍କ ସବୁଠାରୁ ଦୀର୍ଘ ଦିନ ଧରି ଡିଜିଟାଲ୍ ଆରେଷ୍ଟ୍ରେ ରହିଛନ୍ତି। ଦୀର୍ଘ ୧୮ ଦିନ ଧରି ପ୍ରଫେସର ଡିଜିଟାଲ୍ ଆରେଷ୍ଟ୍ରେ ରହିବା ସହ ସେ ପ୍ରତି କାମ ପାଇଁ ଅନୁମତି ମାଗନ୍ତି। ଡିଏସ୍ପି ଅଙ୍କୁଶ ମିଶ୍ର ଦାବି […]
ଡେରାଡୁନ: ଆଗ୍ରାର ଜଣେ ୨୫ ବର୍ଷୀୟ ଯୁବକ ନୈନିତାଲ ଜିଲ୍ଲାର ଜଣେ ୫୮ ବର୍ଷୀୟ ପ୍ରଫେସରଙ୍କ ଠାରୁ ୪୭ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗରେ ଗିରଫ ହୋଇଛି। ପ୍ରଫେସର୍ଙ୍କ ନାଁ ପୁଲିସ ପ୍ରକାଶ କରିନି। କିନ୍ତୁ ପ୍ରଫେସର ଜଣଙ୍କ ସବୁଠାରୁ ଦୀର୍ଘ ଦିନ ଧରି ଡିଜିଟାଲ୍ ଆରେଷ୍ଟ୍ରେ ରହିଛନ୍ତି। ଦୀର୍ଘ ୧୮ ଦିନ ଧରି ପ୍ରଫେସର ଡିଜିଟାଲ୍ ଆରେଷ୍ଟ୍ରେ ରହିବା ସହ ସେ ପ୍ରତି କାମ ପାଇଁ ଅନୁମତି ମାଗନ୍ତି। ଡିଏସ୍ପି ଅଙ୍କୁଶ ମିଶ୍ର ଦାବି କରିଛନ୍ତି ଯେ ଉତ୍ତରାଖଣ୍ଡରେ ଏହା ସବୁଠାରୁ ଦୀର୍ଘ ଦିନର ଡିଜିଟାଲ୍ ଆରେଷ୍ଟ୍। ମାମଲାରେ ଆକାଉଣ୍ଟ୍ ପରିଚାଳନା କରୁଥିବା ଜଣେ ସନ୍ଦିଗ୍ଧ ଅମନ କୁସୱାହା ଉତ୍ତରାଖଣ୍ଡ ପୁଲିସ ସ୍ପେସାଲ୍ ଟାସ୍କ ଫୋର୍ସ ଏବଂ ରାଜ୍ୟ ସାଇବର ପୁଲିସର ମିଳିତ ଅପରେସନ୍ରେ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାପାଇଁ ଉଦ୍ୟମ ଜାରି ରହିଛି। ମୁଖ୍ୟ ଅଭିଯୁକ୍ତ ନିଜକୁ ଜଣେ ସିବିଆଇ ଅଧିକାରୀ ଦର୍ଶାଇ ପ୍ରଫେସରଙ୍କଠାରୁ ଟଙ୍କା ଲୁଟିଥିଲା। ପୁଲିସ ସେସବୁ ଟଙ୍କା ଫେରାଇ ଆଣି ପାରିଥିବା ଜଣାପଡ଼ିଛି। ମାମଲାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀ ଅରୁଣ କୁମାର କହିଛନ୍ତି, ଏକାକୀ ରହୁଥିବା ପ୍ରଫେସର ସାଇବର୍ ଅପରାଧ ସଂକ୍ରାନ୍ତରେ ଅଜ୍ଞ। ସେ ଅତ୍ୟନ୍ତ ଭୟ କରି ଯାଇଥିଲେ ଏବଂ ସାଇବର ଅପରାଧୀଙ୍କ ନିର୍ଦ୍ଦେଶ ପାଳନ କରିଥିଲେ। ଏପରିକି ସେ କାମକୁ ଯିବାପାଇଁ ଏବଂ ଖାଇବାପାଇଁ ମଧ୍ୟ ଅନୁମତି ମାଗୁଥିଲେ।




