୧୮ ଦିନିଆ ଏନ୍ଆଇଏ ରିମାଣ୍ଡରେ ତହବୁର ରାଣା, ଜେରା ଆରମ୍ଭ
ନୂଆଦିଲ୍ଲୀ: ବହୁ ଦିନର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ତୁରନ୍ତ ଏନ୍ଆଇଏ ଗିରଫ କରିଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତହବୁର ରାଣାକୁ କୋର୍ଟରେ […]
ନୂଆଦିଲ୍ଲୀ: ବହୁ ଦିନର କୂଟନୈତିକ ପ୍ରୟାସ ପରେ ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଆମେରିକାରୁ ପ୍ରତ୍ୟର୍ପିତ ହୋଇଛି। ତହବୁରକୁ ଏକ ସ୍ବତନ୍ତ୍ର ବିମାନରେ ଦିଲ୍ଲୀ ଅଣାଯାଇଛି। ଭାରତୀୟ ଗୁଇନ୍ଦା ଏବଂ ତଦନ୍ତକାରୀ ଅଧିକାରୀଙ୍କ ଏକ ମିଳିତ ଟିମ୍ ତହବୁରକୁ ଧରି ଦିଲ୍ଲୀ ପାଲାମ ବିମାନବନ୍ଦରରେ ଗୁରୁବାର ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବା ପରେ ସେଠାରେ ତାକୁ ତୁରନ୍ତ ଏନ୍ଆଇଏ ଗିରଫ କରିଥିଲା ଏବଂ ପରବର୍ତ୍ତୀ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ତହବୁର ରାଣାକୁ କୋର୍ଟରେ ହାଜର କରାଯାଇଥିଲା। ରାଣାକୁ ୨୦ ଦିନ ରିମାଣ୍ଡରେ ନେବାପାଇଁ ଏନଆଇଏ ଦାବି କରିଥିବାବେଳେ କୋର୍ଟ ୧୮ ଦିନ ପାଇଁ ଅନୁମତି ଦେଇଥିଲେ। ଏବେ ୧୮ ଦିନିଆ ଏନଆଇଏ ରିମାଣ୍ଡରେ ଥିବା ରାଣାକୁ ଆଜିଠାରୁ ଜେରା ଆରମ୍ଭ ହୋଇଛି। ଏକ ୧୨ ଜଣିଆ ଏନଆଇଏ ଟିମ୍ ରାଣାକୁ ଜେରା କରୁଛନ୍ତି। ଏନଆଇଏ ମୁଖ୍ୟାଳୟର ଏକ ହାଇ ସିକ୍ୟୁରିଟି ଲକଅପ୍ରେ ରାଣାକୁ ରଖାଯାଇଛି। ରାଣାକୁ ୨୪ ଘଣ୍ଟା ନଜରରେ ରଖାଯାଇଛି। ସେ ଯେମିତି ନିଜେ ନିଜର କିଛି କ୍ଷତି ନକରେ ସେ ଦିଗରେ ମଧ୍ୟ ଧ୍ୟାନ ଦିଆଯାଇଛି। ଏନଆଇଏ ଜେରା ପରେ ରାଣାକୁ ତିହାର ଜେଲ୍ରେ ରଖାଯିବ।
Tags:




