୧୭ ଦିନ ପରେ ଉତ୍ତରକାଶୀ ଟନେଲ୍ରୁ ଉଦ୍ଧାର ହେଲେ ସମସ୍ତ ୪୧ ଶ୍ରମିକ
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫସି ରହିଥିବା ଶ୍ରମିକମାନେ ଶେଷରେ ଆଜି ଉଦ୍ଧାର ହୋଇଛନ୍ତି। ମାନୁଆଲ ଡ୍ରିଲିଂ ଦ୍ବାରା ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ଚିନୟାଲିସୌର ହସ୍ପିଟାଲ୍ ନିଆଯାଇଛି। ସେମାନଙ୍କୁ ଏବେ ଡାକ୍ତରୀ ପରୀକ୍ଷା ଅଧୀନରେ ରଖାଯିବ । ଉଦ୍ଧାର ଅପରେସନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ରୢାଟ ହୋଲ୍ ମାଇନର୍ସଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ […]
ଉତ୍ତରକାଶୀ: ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କୟାରା ସୁଡ଼ଙ୍ଗରେ ଦୀର୍ଘ ୧୭ ଦିନ ଧରି ଫସି ରହିଥିବା ଶ୍ରମିକମାନେ ଶେଷରେ ଆଜି ଉଦ୍ଧାର ହୋଇଛନ୍ତି। ମାନୁଆଲ ଡ୍ରିଲିଂ ଦ୍ବାରା ଉଦ୍ଧାରକାରୀ ଦଳ ଫସିଥିବା ଶ୍ରମିକଙ୍କ ନିକଟରେ ପହଞ୍ଚିବାରେ ସଫଳ ହୋଇ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ଶ୍ରମିକଙ୍କୁ ଚିନୟାଲିସୌର ହସ୍ପିଟାଲ୍ ନିଆଯାଇଛି। ସେମାନଙ୍କୁ ଏବେ ଡାକ୍ତରୀ ପରୀକ୍ଷା ଅଧୀନରେ ରଖାଯିବ । ଉଦ୍ଧାର ଅପରେସନରେ ପ୍ରମୁଖ ଭୂମିକା ନିର୍ବାହ କରିଥିବା ରୢାଟ ହୋଲ୍ ମାଇନର୍ସଙ୍କୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଧନ୍ୟବାଦ ଜଣାଇଛନ୍ତି। ଉଦ୍ଧାର ହୋଇଥିବା ସମସ୍ତ ୪୧ ଶ୍ରମିକଙ୍କୁ ଧାମୀ ୧ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଶ୍ରମିକମାନେ ଉଦ୍ଧାର ହେବାପେର ପୁଷ୍କର ସିଂହ ଧାମୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଉଦ୍ଧାର ହୋଇଥିବା ଶ୍ରମିକଙ୍କ ଧୈର୍ଯ୍ୟ ଏବଂ ସାହସ ପାଇଁ ସମସ୍ତେ ସେମାନଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ୪୧ ଶ୍ରମିକଙ୍କ ପାଇଁ ଏକ ମେସେଜ୍ ସେୟାର କରି କହିଛନ୍ତି, ସୁଡ଼ଙ୍ଗରେ ଫସିଥିବା ସମସ୍ତ ଶ୍ରମିକଙ୍କ ଧୈର୍ଯ୍ୟ ଏବଂ ସାହସ ସମସ୍ତଙ୍କୁ ଅନୁପ୍ରାଣିତ କରିବ। ମୋଦୀ ସମସ୍ତଙ୍କର ଉତ୍ତମ ସ୍ବାସ୍ଥ୍ୟ ଏବଂ ମଙ୍ଗଳ କାମନା କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଦେଶ ପାଇଁ ଏହା ବହୁତ ବଡ଼ ଆଶ୍ବସ୍ତିକର ଖବର। ଫସିଥିବା ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରୢାଟ୍ହୋଲ୍ମାଇନିଂ ପ୍ରକ୍ରିୟାରେ ଉଦ୍ଧାର ଅପରେସନ୍ ସମ୍ଭବ ହୋଇପାରିଛି। ରୢାଟ୍ହୋଲ ମାଇନିଂ ୨୦୧୪ରେ ନିଷିଦ୍ଧ ହୋଇଥିଲା। କିନ୍ତୁ ଏବେ ଅତ୍ୟାଧୁନିକ ମେସିନ୍ କାମ ଦେଇନଥିବା ବେଳେ ଏହି ରୢାଟ୍ହୋଲ ମାଇନିଂ ଦ୍ବାରା ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି।




