୧୭ରେ ସର୍ବଦଳୀୟ ବୈଠକ ଡାକିଲେ ସରକାର
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବ। ସ୍ବତନ୍ତ୍ର ଅଧିବେଶନର ପୂର୍ବଦିନ ସରକାର ଏକ ସର୍ବଦଳୀୟ ବୈଠକ ରଖିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକର ଦିନକ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସର୍ବଦଳୀୟ ବୈଠକ ଡକାଯାଉଛି। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସଂକ୍ରାନ୍ତରେ କିଛି ଜଣାନଥିବାବେଳେ ଉକ୍ତ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇପାରେ। ସେହିପରି ନୂଆ ସଂସଦ […]
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ସଂସଦର ସ୍ବତନ୍ତ୍ର ଅଧିବେଶନ ବସିବ। ସ୍ବତନ୍ତ୍ର ଅଧିବେଶନର ପୂର୍ବଦିନ ସରକାର ଏକ ସର୍ବଦଳୀୟ ବୈଠକ ରଖିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏନେଇ ଏକ୍ସରେ ଏକ ପୋଷ୍ଟ୍ କରିଛନ୍ତି। ଯୋଶୀ କହିଛନ୍ତି, ସର୍ବଦଳୀୟ ବୈଠକର ଦିନକ ପୂର୍ବରୁ ୧୭ ତାରିଖ ଅପରାହ୍ନ ୪.୩୦ରେ ସର୍ବଦଳୀୟ ବୈଠକ ଡକାଯାଉଛି। ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସଂକ୍ରାନ୍ତରେ କିଛି ଜଣାନଥିବାବେଳେ ଉକ୍ତ ସର୍ବଦଳୀୟ ବୈଠକରେ ଏନେଇ ଆଲୋଚନା ହୋଇପାରେ। ସେହିପରି ନୂଆ ସଂସଦ ଭବନରେ କାର୍ଯ୍ୟ ଆରମ୍ଭ ସଂକ୍ରାନ୍ତରେ ମଧ୍ୟ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇପାରେ। ଉଲ୍ଲେଖଯୋଗ୍ୟ ଯେ ସରକାର ଡାକିଥିବା ସ୍ବତନ୍ତ୍ର ଅଧିବେଶନରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଲ୍ ଆସିପାରେ।




