୧୬ ହାଇକୋର୍ଟ ବିଚାରପତିଙ୍କ ବଦଳି

ନୂଆଦିଲ୍ଲୀ: ୧୬ ଜଣ ହାଇକୋର୍ଟ ବିଚାରପତିଙ୍କର ବୁଧବାର ବଦଳି ହୋଇଛି। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଆଧାରରେ ସରକାର ୧୬ ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ମଂଜୁରି ପ୍ରଦାନ କରିଛନ୍ତି। ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ବିଚାରପତି ସିଦ୍ଧାର୍ଥ ମୃଦୁଳ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବାର ୨ ଦିନ ପରେ ମଣିପୁର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏମ୍‌ଭି ମୁରଲିଧରନଙ୍କର ବଦଳି ହୋଇଛି। ଜଷ୍ଟିସ ଏସ୍‌ପି କେସରୱାନିଙ୍କର ଆହ୍ଲାବାଦ ହାଇକୋର୍ଟରୁ […]

Samaya Live Picture
Published On

ନୂଆଦିଲ୍ଲୀ: ୧୬ ଜଣ ହାଇକୋର୍ଟ ବିଚାରପତିଙ୍କର ବୁଧବାର ବଦଳି ହୋଇଛି। ସୁପ୍ରିମକୋର୍ଟ କଲେଜିୟମଙ୍କ ସୁପାରିସ ଆଧାରରେ ସରକାର ୧୬ ହାଇକୋର୍ଟ ବିଚାରପତିଙ୍କ ବଦଳିକୁ ମଂଜୁରି ପ୍ରଦାନ କରିଛନ୍ତି। ସରକାର ଏନେଇ ଏକ ବିଜ୍ଞପ୍ତି ଜାରି କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ବିଚାରପତି ସିଦ୍ଧାର୍ଥ ମୃଦୁଳ ମଣିପୁର ହାଇକୋର୍ଟର ମୁଖ୍ୟ ବିଚାରପତି ନିଯୁକ୍ତ ହେବାର ୨ ଦିନ ପରେ ମଣିପୁର ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏମ୍‌ଭି ମୁରଲିଧରନଙ୍କର ବଦଳି ହୋଇଛି। ଜଷ୍ଟିସ ଏସ୍‌ପି କେସରୱାନିଙ୍କର ଆହ୍ଲାବାଦ ହାଇକୋର୍ଟରୁ କାଲକାଟା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ରାଜ ମୋହନ ସିଂହଙ୍କର ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ନରେନ୍ଦ୍ର ଜିଙ୍କର କର୍ଣ୍ଣାଟକ ହାଇକୋର୍ଟରୁ ଆନ୍ଧ୍ରପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ସୁଧୀର ସିଂହଙ୍କର ପାଟନା ହାଇକୋର୍ଟରୁ ପଂଜାବ ଓ ହରିୟାଣା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ଏମ୍‌ଭି ମୁରଲିଧରନଙ୍କର ମଣିପୁର ହାଇକୋର୍ଟରୁ କାଲକାଟା ହାଇକୋର୍ଟକୁ ବଦଳି ‌ହୋଇଛି। ଜଷ୍ଟିସ ମଧୁ‌ରେଶ ପ୍ରସାଦଙ୍କର ପାଟନା ହାଇକୋର୍ଟରୁ କାଲକାଟା ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ଅରବିନ୍ଦ ସିଂହ ସଙ୍ଗୱାନ୍‌ଙ୍କର ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ଆହ୍ଲାବାଦ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ଅବନୀଶ ଝିଙ୍ଗନଙ୍କ ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ଅରୁଣ ମୋଙ୍ଗାଙ୍କର ପଂଜାବ ଏବଂ ହରିୟାଣା ହାଇକୋର୍ଟରୁ ରାଜସ୍ଥାନ ହାଇକୋର୍ଟକୁ ବଦଳି ‌ହୋଇଛି। ଜଷ୍ଟିସ ରାଜେନ୍ଦ୍ର କୁମାରଙ୍କର ଆହ୍ଲାବାଦ ହାଇକୋର୍ଟରୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି। ଜଷ୍ଟିସ ନାନି ତାଜିଆଙ୍କର ଗୌହାଟୀ ହାଇକୋର୍ଟରୁ ପାଟନା ହାଇକୋର୍ଟ, ଜଷ୍ଟିସ ସି ମାନବେନ୍ଦ୍ରନାଥ ରାୟଙ୍କର ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ଗୁଜରାଟ ହାଇକୋର୍ଟ, ଜଷ୍ଟିସ ମୁନ୍ନୁରି ଲକ୍ଷ୍ମଣଙ୍କର ତେଲେଙ୍ଗାନା ହାଇକୋର୍ଟରୁ ରାଜସ୍ଥାନ ହାଇକୋର୍ଟ , ଜଷ୍ଟିସ ଜି ଅନୁପମା ଚକ୍ରବର୍ତ୍ତୀଙ୍କର ତେଲେଙ୍ଗାନା ହାଇକୋର୍ଟରୁ ପାଟନା ହାଇକୋର୍ଟ, ଅତିରିକ୍ତ ବିଚାରପତି ଲପିତା ବାନାର୍ଜୀଙ୍କର କାଲକାଟା ହାଇକୋର୍ଟରୁ ପଂଜାବ ଏବଂ ହରିୟାଣା ହାଇକୋର୍ଟ, ଅତିରିକ୍ତ ବିଚାରପତି ଦୁପ୍ପଲା ଭେଙ୍କଟ ରମଣଙ୍କର ଆନ୍ଧ୍ରପ୍ରଦେଶ ହାଇକୋର୍ଟରୁ ମଧ୍ୟପ୍ରଦେଶ ହାଇକୋର୍ଟକୁ ବଦଳି ହୋଇଛି।

Tags: