୧୬ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ୧୬ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି। ସମାଜବାଦୀ ପାର୍ଟି ଏହାର ଇଣ୍ଡିଆ ମେଣ୍ଟ ସହଯୋଗୀ ପାଇଁ ୧୧ ଆସନ ଛାଡ଼ିବାପରେ ୧୬ ଆସନରେ ନିଜେ ପ୍ରାର୍ଥୀ ଘୋଷଣା କରିଛି। ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମୈନପୁରୀରୁ ନିର୍ବାଚନ ଲଢ଼ିବେ। ସଫିକୁର ରହମାନ ବର୍କ ଏବଂ ରବିଦାୗ ମେହରୋଟ୍ରା ଯଥାକ୍ରମେ ସମ୍ଭଲ ଏବଂ ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ। ସମାଜବାଦୀ ପାର୍ଟିର ପ୍ରଥମ ତାଲିକାରେ ୧୧ […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶରେ ୧୬ ଲୋକସଭା ଆସନ ପାଇଁ ସମାଜବାଦୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି। ସମାଜବାଦୀ ପାର୍ଟି ଏହାର ଇଣ୍ଡିଆ ମେଣ୍ଟ ସହଯୋଗୀ ପାଇଁ ୧୧ ଆସନ ଛାଡ଼ିବାପରେ ୧୬ ଆସନରେ ନିଜେ ପ୍ରାର୍ଥୀ ଘୋଷଣା କରିଛି। ସପା ସୁପ୍ରିମୋ ଅଖିଳେଶ ଯାଦବଙ୍କ ପତ୍ନୀ ଡିମ୍ପଲ ଯାଦବ ମୈନପୁରୀରୁ ନିର୍ବାଚନ ଲଢ଼ିବେ। ସଫିକୁର ରହମାନ ବର୍କ ଏବଂ ରବିଦାୗ ମେହରୋଟ୍ରା ଯଥାକ୍ରମେ ସମ୍ଭଲ ଏବଂ ଲକ୍ଷ୍ନୌରୁ ନିର୍ବାଚନ ଲଢ଼ିବେ। ସମାଜବାଦୀ ପାର୍ଟିର ପ୍ରଥମ ତାଲିକାରେ ୧୧ ଓବିସି, ୧ ଦଳିତ, ୧ ଠାକୁର, ୧ ଟାଣ୍ଡନ ଏବଂ ୧ ଖତ୍ରି ପ୍ରାର୍ଥୀ ଅଛନ୍ତି। ୧୧ ଓବିସି ପ୍ରାର୍ଥୀଙ୍କ ମଧ୍ୟରେ ୪ କୁର୍ମୀ. ୩ ଯାଦବ, ୨ ଶାକ୍ୟ, ଜଣେ ନିଶାଡ଼ ଏବଂ ଜଣେ ପାଲ୍ ଅଛନ୍ତି।

Tags: