୧୫ ଦିନରେ ଉତ୍ତରକାଶୀ ଉଦ୍ଧାର ଅପରେସନ୍ , ଆରମ୍ଭ ହେଲା ଭର୍ଟିକାଲ ଡ୍ରିଲିଂ
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କ୍ୟାରା ଟନେଲ୍ରେ ଉଦ୍ଧାର ଅପରେସନ୍ ଆଜି ୧୫ ଦିନରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କର୍ତ୍ତୃପକ୍ଷମାନେ ପ୍ରଥମେ ଡ୍ରିଲିଂ ବେଳେ ଭାଙ୍ଗି ଯାଇଥିବା ଅଗର ମେସିନ୍ର ବ୍ଲେଡ୍କୁ କାଟିବେ ଏବଂ ଏହାପରେ ଭଟିକାଲ ଡ୍ରିଲିଂ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ। କର୍ତ୍ତୃପକ୍ଷମାନେ ସିଲ୍କ୍ୟାରା ଟନେଲ୍ ଉପରେ ଥିବା ପର୍ବତ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିବେ। ଅନ୍ତର୍ଜାତୀୟ ଟନେଲ୍ ବିଶେଷଜ୍ଞ ଆର୍ନଲ୍ଡ ଡିକ୍ସ କହିଛନ୍ତି, ଭାଙ୍ଗି ଯାଇଥିବା ଅଗର ମେସିନ୍କୁ […]
ନୂଆଦିଲ୍ଲୀ : ଉତ୍ତରାଖଣ୍ଡର ଉତ୍ତରକାଶୀ ସିଲ୍କ୍ୟାରା ଟନେଲ୍ରେ ଉଦ୍ଧାର ଅପରେସନ୍ ଆଜି ୧୫ ଦିନରେ ପହଞ୍ଚିଛି। ଉଦ୍ଧାର କାର୍ଯ୍ୟରେ ସାମିଲ ଥିବା କର୍ତ୍ତୃପକ୍ଷମାନେ ପ୍ରଥମେ ଡ୍ରିଲିଂ ବେଳେ ଭାଙ୍ଗି ଯାଇଥିବା ଅଗର ମେସିନ୍ର ବ୍ଲେଡ୍କୁ କାଟିବେ ଏବଂ ଏହାପରେ ଭଟିକାଲ ଡ୍ରିଲିଂ ପାଇଁ କ୍ଷେତ୍ର ପ୍ରସ୍ତୁତ କରିବେ। କର୍ତ୍ତୃପକ୍ଷମାନେ ସିଲ୍କ୍ୟାରା ଟନେଲ୍ ଉପରେ ଥିବା ପର୍ବତ ଉପରେ ଭର୍ଟିକାଲ ଡ୍ରିଲିଂ ଆରମ୍ଭ କରିବେ। ଅନ୍ତର୍ଜାତୀୟ ଟନେଲ୍ ବିଶେଷଜ୍ଞ ଆର୍ନଲ୍ଡ ଡିକ୍ସ କହିଛନ୍ତି, ଭାଙ୍ଗି ଯାଇଥିବା ଅଗର ମେସିନ୍କୁ ପ୍ରଥମେ ପାଇପ୍ରୁ ବାହାର କରିବାପରେ ଏହାପରେ ମାନୁଆଲ ଡ୍ରିଲିଂ ଆରମ୍ଭ ହେବ। ଗଣମାଧ୍ୟମରେ ଏକ ବିବୃତି ଜାରି କରି ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ସଦସ୍ୟ ଲେପ୍ଟନାଣ୍ଟ୍ ଜେନେରାଲ (ଅବସରପ୍ରାପ୍ତ) ସୟଦ ଅତା ହାସନେନ୍ କହିଛନ୍ତି, ଅପରେସନ୍ ଦୀର୍ଘ ଦିନ ପର୍ଯ୍ୟନ୍ତ ଚାଲିବ। ସିଲ୍କ୍ୟାରା ଟନେଲ ସାଇଟ୍କୁ ଭାରି ଭର୍ଟିକାଲ ଡ୍ରିଲିଂ ଉପକରଣ ଅଣାଯାଇଛି। ତେବେ ଡିକ୍ସ ଦୃଢ଼ ଆତ୍ମବିଶ୍ବାସ ରଖିଛନ୍ତି ଯେ ଟନେଲରେ ଫସିଥିବା ୪୧ ଜଣ ଶ୍ରମିକ ଖ୍ରୀଷ୍ଟମାସ ସୁଦ୍ଧା ଟନେଲ ମଧ୍ୟରୁ ବାହାରି ସାରିଥିଲେ। ତେବେ ଏହି ସମୟ ଆହୁରି ଗୋଟେ ମାସ।




