୧୪ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ଶ୍ରୀଲଙ୍କା ନୌସେନା
ନୁୂଆଦିଲ୍ଲୀ : ଆଇଏମ୍ବିଏଲ (ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା) ଅତିକ୍ରମ କରିଥିବା ଅଭିଯୋଗରେ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ପମ୍ବନ ବନ୍ଦର ଛାଡ଼ିଥିବା ୧୦ ଜଣ ମତ୍ସ୍ୟଜୀବୀଙ୍କୁ କାରପିଟ୍ଟି ନିକଟରେ ଧରାଯାଇଥିଲା। ସେମାନଙ୍କୁ ଗିରଫ କରି ଭେନବୁଝା ମତ୍ସ୍ୟଜୀବୀ ବନ୍ଦରକୁ ନିଆଯାଇଛି। ଥିରୁପଲାଲିକୁଡ଼ିରୁ ଏକ ବୋଟ୍ ଯୋଗେ ଯାଇଥିବା ଅନ୍ୟ ୪ ଜଣ ମତ୍ସ୍ୟଜୀବୀଙ୍କୁ କାଙ୍ଗେସାନ୍ଥୁରାଇ ନୌସେନା ଶିବିରକୁ ନିଆଯାଇଛି। ଉଲ୍ଳେଖଯୋଗ୍ୟ, ଗତ ଜୁଲାଇ ୨୯ ତାରିଖରେ ମଧ୍ୟ ତାମିଲନାଡ଼ୁରୁ ୧୪ ଜଣ […]
ନୁୂଆଦିଲ୍ଲୀ : ଆଇଏମ୍ବିଏଲ (ଆନ୍ତର୍ଜାତୀୟ ସାମୁଦ୍ରିକ ସୀମା) ଅତିକ୍ରମ କରିଥିବା ଅଭିଯୋଗରେ ୧୪ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଶ୍ରୀଲଙ୍କା ନୌସେନା ଗିରଫ କରିଛି। ପମ୍ବନ ବନ୍ଦର ଛାଡ଼ିଥିବା ୧୦ ଜଣ ମତ୍ସ୍ୟଜୀବୀଙ୍କୁ କାରପିଟ୍ଟି ନିକଟରେ ଧରାଯାଇଥିଲା। ସେମାନଙ୍କୁ ଗିରଫ କରି ଭେନବୁଝା ମତ୍ସ୍ୟଜୀବୀ ବନ୍ଦରକୁ ନିଆଯାଇଛି। ଥିରୁପଲାଲିକୁଡ଼ିରୁ ଏକ ବୋଟ୍ ଯୋଗେ ଯାଇଥିବା ଅନ୍ୟ ୪ ଜଣ ମତ୍ସ୍ୟଜୀବୀଙ୍କୁ କାଙ୍ଗେସାନ୍ଥୁରାଇ ନୌସେନା ଶିବିରକୁ ନିଆଯାଇଛି। ଉଲ୍ଳେଖଯୋଗ୍ୟ, ଗତ ଜୁଲାଇ ୨୯ ତାରିଖରେ ମଧ୍ୟ ତାମିଲନାଡ଼ୁରୁ ୧୪ ଜଣ ମତ୍ସ୍ୟଜୀବୀ ସାମୁଦ୍ରିକ ସୀମା ଅତିକ୍ରମ କରିଥିବା ଅଭିଯୋଗରେ ତାମିଲନାଡ଼ୁରୁ ଗିରଫ ହୋଇଥିଲେ। ତୁରନ୍ତ ମତ୍ସ୍ୟଜୀବୀ ଏବଂ ସେମାନଙ୍କ ବୋଟ୍କୁ ମୁକ୍ତ କରିବାପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍ କେ ଷ୍ଟାଲିନ୍ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ନିକଟକୁ ଚିଠି ଲେଖିଥିଲେ।




