୧୪ ବର୍ଷ ଧରି ଖାଲି ପାଦରେ ଥିବା ପ୍ରଶଂସକଙ୍କୁ ଜୋତା ପିନ୍ଧାଇଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜଣେ ପ୍ରଶଂସକଙ୍କୁ ଭେଟିବା ସହ ତାଙ୍କୁ ଜୋତା ପିନ୍ଧାଇଛନ୍ତି। ମୋଦୀଙ୍କର ଏହି ପ୍ରଶଂସକ ଜଣଙ୍କ ୧୪ ବର୍ଷ ପୂର୍ବେ ଏକ ପ୍ରତିଜ୍ଞା କରିଥିଲେ। ମୋଦୀ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନହୋଇଛନ୍ତି ଏବଂ ସେ ଯେପର୍ଯ୍ୟନ୍ତ ମୋଦୀଙ୍କୁ ଭେଟିବାର ସୁଯୋଗ ନପାଇଛନ୍ତି ସେପର୍ଯ୍ୟନ୍ତ ସେ ଖାଲି ପାଦରେ ରହିବେ। ଏଭଳି ଏକ ଅଜବ ପ୍ରତିଜ୍ଞା କରିଥିବା ବ୍ୟକ୍ତିଙ୍କ ନାଁ ରାମପାଲ କାଶ୍ୟପ। lସୋମବାର ହରିୟାଣାର ଏକ ରୢାଲିରେ ମୋଦୀ ରାମପାଲ୍ଙ୍କ ଏହି ପ୍ରତିଜ୍ଞା […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଜଣେ ପ୍ରଶଂସକଙ୍କୁ ଭେଟିବା ସହ ତାଙ୍କୁ ଜୋତା ପିନ୍ଧାଇଛନ୍ତି। ମୋଦୀଙ୍କର ଏହି ପ୍ରଶଂସକ ଜଣଙ୍କ ୧୪ ବର୍ଷ ପୂର୍ବେ ଏକ ପ୍ରତିଜ୍ଞା କରିଥିଲେ। ମୋଦୀ ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ନହୋଇଛନ୍ତି ଏବଂ ସେ ଯେପର୍ଯ୍ୟନ୍ତ ମୋଦୀଙ୍କୁ ଭେଟିବାର ସୁଯୋଗ ନପାଇଛନ୍ତି ସେପର୍ଯ୍ୟନ୍ତ ସେ ଖାଲି ପାଦରେ ରହିବେ। ଏଭଳି ଏକ ଅଜବ ପ୍ରତିଜ୍ଞା କରିଥିବା ବ୍ୟକ୍ତିଙ୍କ ନାଁ ରାମପାଲ କାଶ୍ୟପ। lସୋମବାର ହରିୟାଣାର ଏକ ରୢାଲିରେ ମୋଦୀ ରାମପାଲ୍ଙ୍କ ଏହି ପ୍ରତିଜ୍ଞା ପୂରଣ କରିଛନ୍ତି ଏବଂ ତାଙ୍କୁ ଜୋତା ପିନ୍ଧାଇଛନ୍ତି। କାଶ୍ୟପଙ୍କ ଶ୍ରଦ୍ଧା ଏବଂ ଭଲପାଇବାକୁ ଗ୍ରହଣ କରି ମୋଦୀ ତାଙ୍କ ଶୁଭେଚ୍ଛୁମାନଙ୍କୁ ସମାଜ ସେବା ଏବଂ ଦେଶ ଗଠନ ସହ ଜଡ଼ିତ କିଛି କାର୍ଯ୍ୟ କରିବାପାଇଁ ଅନୁରୋଧ କରିଛନ୍ତି। ମୋଦୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଯମୁନାନଗରରେ ଏକ ସାଧାରଣ ସଭାରେ ଆଜି ମୁଁ କଇଥାଲ୍ର ଶ୍ରୀ ରାମପାଲ୍ କାଶ୍ୟପଙ୍କୁ ଭେଟିଛି। ସେ ୧୪ ବର୍ଷ ପୂର୍ବେ ଏକ ପ୍ରତିଜ୍ଞା କରିଥିଲେ ଯେ ମୁଁ ଯଦି ପ୍ରଧାନମନ୍ତ୍ରୀ ହେବି ଏବଂ ସେ ମତେ ଯଦି ଭେଟିବାର ସୁଯୋଗ ପାଇବେ ତେବେ ସେ ଯାଇ ଜୋତା ପିନ୍ଧିବେ। ମୋଦୀ କହିଛନ୍ତି, ରାମପାଲ୍ଜୀଙ୍କ ଭଳି ଲୋକଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ ଏବଂ ସେମାନଙ୍କ ଭଲପାଇବା ଗ୍ରହଣ କରୁଛି।




