୧୪ ଦିନ ପାଇଁ ଜେଲ୍ ଗଲେ ଅରବିନ୍ଦ କେଜ୍ରିୱାଲ, ତିହାର ଜେଲର କାରାଗାର ନମ୍ବର ୨ରେ ରହିବେ

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। କେଜ୍ରିୱାଲ ତିହାର ଜେଲ୍ର କାରାଗାର ନମ୍ବର ୨ରେ ରହିବେ। କେଜ୍ରିୱାଲଙ୍କ ପାଇଁ ତିହାର ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟା ତାଙ୍କ ଉପରେ ସିସିଟିଭି ନଜର ରଖିବ। କେଜ୍ରିୱାଲଙ୍କ ସ୍ବାସ୍ଥ୍ୟଗତ କାରଣ ପାଇଁ ତାଙ୍କୁ ଜେଲରେ ମେଡିସିନ ଏବଂ […]

Samaya Live Picture
Published On

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି କୋର୍ଟ ୧୪ ଦିନ ପାଇଁ ନ୍ୟାୟିକ ହାଜତକୁ ପଠାଇ ଦେଇଛନ୍ତି। କେଜ୍ରିୱାଲ ତିହାର ଜେଲ୍ର କାରାଗାର ନମ୍ବର ୨ରେ ରହିବେ। କେଜ୍ରିୱାଲଙ୍କ ପାଇଁ ତିହାର ଜେଲ୍ ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୪ ଘଣ୍ଟା ତାଙ୍କ ଉପରେ ସିସିଟିଭି ନଜର ରଖିବ। କେଜ୍ରିୱାଲଙ୍କ ସ୍ବାସ୍ଥ୍ୟଗତ କାରଣ ପାଇଁ ତାଙ୍କୁ ଜେଲରେ ମେଡିସିନ ଏବଂ ସ୍ବତନ୍ତ୍ର ଖାଦ୍ୟ ଦିଆଯିବ। କେଜ୍ରିୱାଲ ପିନ୍ଧିଥିବା ଏକ ଧାର୍ମିକ ଲକେଟ ତାଙ୍କୁ ପିନ୍ଧିବାପାଇଁ ଅନୁମତି ମିଳିବ। କେଜ୍ରିୱାଲଙ୍କ ଇଡି ହାଜତ ମିଆଦ ଆଜି ଶେଷ ହେବାପରେ ଦିଲ୍ଲୀର ରୋଜ୍ ଆଭେନ୍ୟୁ କୋର୍ଟ ତାଙ୍କୁ ୧୪ ଦିନ ଜେଲକୁ ପଠାଇଛନ୍ତି। ଆଜି ଦିନରେ ଶୁଣାଣି ସମୟରେ ଇଡି ପକ୍ଷରୁ କୋର୍ଟରେ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁ କହିଛନ୍ତି, ନିକଟରେ ତାମିଲନାଡ଼ୁ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କ ମାମଲାରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଦୃଷ୍ଟିରେ ରଖି ଇଡି କେଜ୍ରିୱାଲଙ୍କୁ ପୁଣିଥରେ ରିମାଣ୍ଡରେ ନେବାପାଇଁ ଚାହାନ୍ତିନି ବୋଲି କହିଛନ୍ତି। ରାଜୁ କହିଛନ୍ତି, ଲକ୍ ଅପରେ କେଜ୍ରିୱାଲ ଆଦୌ ତଦନ୍ତ ପ୍ରକ୍ରିୟାରେ ସହଯୋଗ କରିନାହାନ୍ତି। ଅବକାରୀ ଦୁର୍ନୀତି ମାମଲାରେ କେଜ୍ରିୱାଲ ତଦନ୍ତ ପ୍ରକ୍ରିୟାରେ ବିଭ୍ରାନ୍ତି କରୁଛନ୍ତି ବୋଲି କୁହାଯାଇଛି। ଅନ୍ୟପକ୍ଷେ କେଜ୍ରିୱାଲ ଜେଲରେ ଭାଗବତ ଗୀତା, ରାମାୟଣ ରଖିବାପାଇଁ ଅନୁମତି ଦେବାକୁ ତାଙ୍କ ଆଇନଜୀବୀ ଏକ ଆବେଦନ କରିଛନ୍ତି।

Tags: