୧୪ ଦିନ ନ୍ୟାୟିକ ହାଜତ ଗଲେ ୱାଇଏସ୍ ଶର୍ମିଲା

ହାଇଦ୍ରାବାଦ : ୱାଇଏସଆର କଂଗ୍ରେସ ତେଲେଙ୍ଗାନା ପାର୍ଟି ସଭାପତି ୱାଇଏସ୍ ଶର୍ମିଲାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ ପଠାଯାଇଛି। ଗତକାଲି ପୁଲିସ କନେଷ୍ଟବଳ ଏବଂ ସପ ଇନ୍ସପେକ୍ଟରଙ୍କୁ ଠେଲାପେଲା ଏବଂ ଟଣା ଓଟରା କରିବା ଘଟଣାରେ ସେ ଗିରଫ ହେବାପରେ ତାଙ୍କୁ ତୁରନ୍ତ ବିଚାର ବିଭାଗୀୟ ହାଜତ ପଠାଯାଇଛି। ଶର୍ମିଲାଙ୍କୁ ନମପଲ୍ଲି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଚଞ୍ଚଲଗୁଡ଼ା ମହିଳା କାରାଗାର ପଠାଯାଇଛି। ଆଜି ଶର୍ମିଲାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅଛି। ଉଲ୍ଲେଖଯୋଗ୍ୟ […]

Samaya Live Picture
Published On

ହାଇଦ୍ରାବାଦ : ୱାଇଏସଆର କଂଗ୍ରେସ ତେଲେଙ୍ଗାନା ପାର୍ଟି ସଭାପତି ୱାଇଏସ୍ ଶର୍ମିଲାଙ୍କୁ ୧୪ ଦିନ ବିଚାର ବିଭାଗୀୟ ହାଜତ ପଠାଯାଇଛି। ଗତକାଲି ପୁଲିସ କନେଷ୍ଟବଳ ଏବଂ ସପ ଇନ୍ସପେକ୍ଟରଙ୍କୁ ଠେଲାପେଲା ଏବଂ ଟଣା ଓଟରା କରିବା ଘଟଣାରେ ସେ ଗିରଫ ହେବାପରେ ତାଙ୍କୁ ତୁରନ୍ତ ବିଚାର ବିଭାଗୀୟ ହାଜତ ପଠାଯାଇଛି। ଶର୍ମିଲାଙ୍କୁ ନମପଲ୍ଲି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ତାଙ୍କୁ ଚଞ୍ଚଲଗୁଡ଼ା ମହିଳା କାରାଗାର ପଠାଯାଇଛି। ଆଜି ଶର୍ମିଲାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅଛି। ଉଲ୍ଲେଖଯୋଗ୍ୟ ଯେ ଗତକାଲି ଶର୍ମିଲାଙ୍କ ବାସଭବନ ବାହାରେ ହାଇ ଭୋଲ୍ଟେଜ ଡ୍ରାମା ହୋଇଥିଲା। ଟିଏସପିଏସସି (ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିସନ) ଅଫିସ ବାହାରେ ସେ ଆନ୍ଦୋଳନ କରିବାକୁ ଯୋଜନା କରିଛନ୍ତି ବୋଲି ଜାଣିବାପରେ ପୁଲିସ ଶର୍ମିଲାଙ୍କୁ ତାଙ୍କ ବାସଭବନ ବାହାରେ ଅଟକାଇଥିଲା। ଏହି ସମୟରେ ଶର୍ମିଲା ପୁଲିସକୁ ଠେଲାପେଲା କରିଥିଲେ। କୁହାଯାଉଛି ଯେ ଶର୍ମିଲା ଜଣେ ମହିଳା କ‌ନେଷ୍ଟବଳଙ୍କୁ ଗତକାଲି ଶକ୍ତ ଚାପୁଡ଼ା ମାରିଥିଲେ।

Tags: