୧୪୨ ସ୍କୁଲ୍ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ହରିୟାଣା ପ୍ରିନ୍ସପାଲ

ନୂଆଦିଲ୍ଲୀ: ହରିୟାଣାର ଜିନ୍ଦ ଜିଲ୍ଳାରେ ଏକ ସରକାରୀ ସ୍କୁଲ ପ୍ରିନ୍ସପାଲ୍ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ସ୍କୁଲ୍ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ହରିୟାଣାର ଜଣେ ସରକାରୀ ସ୍କୁଲ୍ ପ୍ରିନ୍ସପାଲ ଗତ ମାସରେ ଗିରଫ ହୋଇଥିଲେ। ପ୍ରଥମେ ତାଙ୍କ ବିରୋଧରେ ୬୦ ସ୍କୁଲ୍ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୧୪୨ରେ ପହଞ୍ଚିଛି। ଏକ ଯୌନ ନିର୍ଯାତନା କମିଟି ଉକ୍ତ ଘଟଣାର ତଦନ୍ତ କରିବା ସମୟରେ ଏହା ଜଣାପଡ଼ିଛି। […]

Samaya Live Picture
Published On

ନୂଆଦିଲ୍ଲୀ: ହରିୟାଣାର ଜିନ୍ଦ ଜିଲ୍ଳାରେ ଏକ ସରକାରୀ ସ୍କୁଲ ପ୍ରିନ୍ସପାଲ୍ଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆସିଛି। ସ୍କୁଲ୍ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ହରିୟାଣାର ଜଣେ ସରକାରୀ ସ୍କୁଲ୍ ପ୍ରିନ୍ସପାଲ ଗତ ମାସରେ ଗିରଫ ହୋଇଥିଲେ। ପ୍ରଥମେ ତାଙ୍କ ବିରୋଧରେ ୬୦ ସ୍କୁଲ୍ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। କିନ୍ତୁ ଏବେ ଏହି ସଂଖ୍ୟା ୧୪୨ରେ ପହଞ୍ଚିଛି। ଏକ ଯୌନ ନିର୍ଯାତନା କମିଟି ଉକ୍ତ ଘଟଣାର ତଦନ୍ତ କରିବା ସମୟରେ ଏହା ଜଣାପଡ଼ିଛି। ପୀଡ଼ିତା ଛାତ୍ରୀଙ୍କ ୫୫ ବର୍ଷୀୟ ଅଭିଯୁକ୍ତ ପ୍ରିନ୍ସପାଲ ତାଙ୍କୁ ତାଙ୍କ ଅଫିସ୍କୁ ଡାକି ଅଶାଳୀନ କାର୍ଯ୍ୟ କରୁଥିଲା ବୋଲି ରାଜ୍ୟ ମହିଳା କମିସନ୍ ଅଧ୍ୟକ୍ଷ ରେଣୁ ଭଟିଆ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ହରିୟାଣା ପୁଲିସ ଗତ ନଭେମ୍ବର ୬ରେ ଉକ୍ତ ପ୍ରିନ୍ସପାଲଙ୍କୁ ଗିରଫ କରିଥିଲା। ଜିନ୍ଦ ଜିଲ୍ଲାପାଳ ମଧ୍ୟ ଏହି ଘଟଣା ସଂକ୍ରାନ୍ତରେ ସ୍ପଷ୍ଟ କରିଛନ୍ତି। ବିଭିନ୍ନ ବିଭାଗ ଦ୍ବାରା ଏବେ ଉକ୍ତ ଘଟଣାର ତଦନ୍ତ ଜାରି ରହିଛି। ଘଟଣାର ତଦନ୍ତ ପାଇଁ ଏକ ଏସ୍ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ ହୋଇଛି। ଶିକ୍ଷା ବିଭାଗ ଅକ୍ଟୋବର ୨୭ ତାରିଖରେ ଅଭିଯୁକ୍ତ ପ୍ରିନ୍ସପାଲକୁ ନିଲମ୍ବନ କରିଛନ୍ତି।

Tags: