୧୩୪ ଦିନ ପରେ ଦେଶରେ ସକ୍ରିୟ ମାମଲା ୧୦ ହଜାର ଟପିଲା
ନୂଆଦିଲ୍ଲୀ, ୨୭/୩ :ଦେଶରେ ୧୩୪ ଦିନ ପରେ ସକ୍ରିୟ ସଂକ୍ରମଣ ମାମଲା ୧୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୮୦୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଚଣ୍ଡିଗଡ଼, ଗୁଜରାଟ, ହିମାଚଳପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳ ପୂର୍ବ ୨ଟି ମୃତ୍ୟୁକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଏଥିସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୮୩୭କୁ ବୃଦ୍ଧି ପାଇଛି। […]
ନୂଆଦିଲ୍ଲୀ, ୨୭/୩ :ଦେଶରେ ୧୩୪ ଦିନ ପରେ ସକ୍ରିୟ ସଂକ୍ରମଣ ମାମଲା ୧୦ ହଜାର ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୧୮୦୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଚଣ୍ଡିଗଡ଼, ଗୁଜରାଟ, ହିମାଚଳପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ୪ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ କେରଳ ପୂର୍ବ ୨ଟି ମୃତ୍ୟୁକୁ କରୋନା ଜନିତ ମୃତ୍ୟୁ ବୋଲି ସ୍ପଷ୍ଟ କରିଛି। ଏଥିସହ ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୮୩୭କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭ ହାର ୩.୧୯ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୧.୩୯ ପ୍ରତିଶତ। ସକ୍ରିୟ ମାମଲା ୧୦,୩୦୦ରେ ପହଞ୍ଚିଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୫,୯୫୨। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୦୨ ପ୍ରତିଶତ। ଅନ୍ୟପକ୍ଷେ ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୭୮ ପ୍ରତିଶତ। ମୋଟ୍ ୪,୪୧,୬୪,୮୧୫ ଜଣ କରୋନାରୁ ସୁସ୍ଥ ହେଲେଣି। ଦେଶରେ ମୃତ୍ୟୁ ହାର ୧.୧୯ ପ୍ରତିଶତ।




