୧୩୧ ଦିନ ପରେ ଅନଶନ ଭାଙ୍ଗିଲେ ଜଗଜିତ୍ ସିଂହ ଦଲେୱାଲ

ନୂଆଦିଲ୍ଲୀ : କୃଷକଙ୍କ ବିଭିନ୍ନ ଦାବି ନେଇ ୧୩୧ ଦିନ ଧରି ଅନଶନରେ ବସିଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ-ରାଜନୈତିକ)ର ନେତା ଜଗଜିତ୍ ସିଂହ ଦଲେୱାଲ ଆଜି ୧୩୧ ଦିନ ପରେ ଅନଶନ ଶେଷ କରିଛନ୍ତି। ଫତେଗଡ଼ ସାହିବ ଶସ୍ୟ ବଜାରରେ ଥିବା କୃଷକ ମହାପଞ୍ଚାୟତରେ ସେ ଅନଶନ ଭାଙ୍ଗିବା ଘୋଷଣା କରି ପାଣି ପିଇଥିଲେ। ଦୀର୍ଘ ଦିନ ଧରି କୃଷକମାନେ ଅନଶନ ଭାଙ୍ଗିବା ପାଇଁ ଦଲେୱାଲଙ୍କୁ ନିବେଦନ କରି ଆସୁଥିଲେ। ମୁଖ୍ୟତଃ ଫସଲ ପାଇଁ ସର୍ବନିମ୍ନ […]

୧୩୧ ଦିନ ପରେ ଅନଶନ ଭାଙ୍ଗିଲେ ଜଗଜିତ୍ ସିଂହ ଦଲେୱାଲ
Samaya Live Picture
Published On

ନୂଆଦିଲ୍ଲୀ : କୃଷକଙ୍କ ବିଭିନ୍ନ ଦାବି ନେଇ ୧୩୧ ଦିନ ଧରି ଅନଶନରେ ବସିଥିବା ସଂଯୁକ୍ତ କୃଷକ ମୋର୍ଚ୍ଚା (ଅଣ-ରାଜନୈତିକ)ର ନେତା ଜଗଜିତ୍ ସିଂହ ଦଲେୱାଲ ଆଜି ୧୩୧ ଦିନ ପରେ ଅନଶନ ଶେଷ କରିଛନ୍ତି। ଫତେଗଡ଼ ସାହିବ ଶସ୍ୟ ବଜାରରେ ଥିବା କୃଷକ ମହାପଞ୍ଚାୟତରେ ସେ ଅନଶନ ଭାଙ୍ଗିବା ଘୋଷଣା କରି ପାଣି ପିଇଥିଲେ। ଦୀର୍ଘ ଦିନ ଧରି କୃଷକମାନେ ଅନଶନ ଭାଙ୍ଗିବା ପାଇଁ ଦଲେୱାଲଙ୍କୁ ନିବେଦନ କରି ଆସୁଥିଲେ। ମୁଖ୍ୟତଃ ଫସଲ ପାଇଁ ସର୍ବନିମ୍ନ ସହାୟାକ ମୂଲ୍ୟ(ଏମ୍‌ଏସ୍‌ପି)କୁ ଆଇନଗତ ଗ୍ୟାରେଣ୍ଟି ଦେବା ଦାବି ନେଇ ଦଲେୱାଲ ୨୬ ନଭେମ୍ବର ୨୦୨୪ରୁ ଅନଶନରେ ବସିଥିଲେ। ଗତକାଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ଚୌହାନ ଅନଶନ ଶେଷ କରିବାକୁ ଦଲେୱାଲଙ୍କୁ ନିବେଦନ କରିଥିଲେ। ମେ ୪ରେ ଚଣ୍ଡିଗଡ଼ରେ କୃଷକମାନଙ୍କ ସହ ଏକ ବୈଠକ କରିବେ ବୋଲି ଶିବରାଜ କହିଥିଲେ। ଆଜି ଦଲେୱାଲ ଫତେଗଡ଼ ସାହିବରେ କୃଷକ ମହାପଞ୍ଚାୟତକୁ ସମ୍ବୋଧିତ କରିଥିଲେ। ଏମ୍‌ଏସ୍‌ପି ଏବଂ କୃଷକଙ୍କ ଅନ୍ୟ ଦାବିକୁ ନେଇ ଲଢ଼େଇ ଜାରି ରହିବ ବୋଲି ସେ କହିଥିଲେ। ପଞ୍ଜାବର ଆମ୍ ଆଦମୀ ପାର୍ଟି ସରକାରକୁ କଡ଼ା ସମାଲୋଚନା କରି ଦଲେୱାଲ କହିଥିଲେ ଯେ ଏହି ଦଳ ଓ ଏହାର ସରକାର ଲୋକଙ୍କୁ ବିଭ୍ରାନ୍ତ କରୁଛି। ଦିଲ୍ଲୀରେ ହାରିବା ପରେ ସେମାନେ ରଣନୀତି ବଦଳାଇ ପଂଜାବରେ ଚାଷୀମାନଙ୍କୁ ଟାର୍ଗେଟ୍‌ କରୁଛନ୍ତି ବୋଲି ସେ କହିଥିଲେ।

Tags: