୧୩ହଜାର ଫୁଟ୍ ଉଚ୍ଚତାରେ ରାମମନ୍ଦିର ଛବି ଥିବା ପତାକା ଉଡ଼ାଇଲେ ପ୍ରୟାଗରାଜ ମହିଳା
ଲକ୍ଷ୍ନୌ : ପ୍ରୟାଗରାଜର ଜଣେ ୨୨ ବର୍ଷୀୟା ମହିଳା ଅନାମିକା ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ରାମ ମନ୍ଦିର ଛବି ଥିବା ପତାକା ୧୩ ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଇ ସେ ଇତିହାସ ରଚିଛନ୍ତି। ବ୍ୟାଙ୍କକ୍ରେ ଅନାମିକା ଏହି ସଫଳତା ହାସଲ କରିଛନ୍ତି। ସ୍କାଇଡାଇଭିଂ କ୍ଷେତ୍ରରେ ଅନାମିକାଙ୍କର ଏହା ଆଉ ଏକ ସଫଳତା। ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାବେଳେ ଏହା ପୂର୍ବରୁ ଅନାମିକା ରାମ ମନ୍ଦିର ଛବି ପତାକା […]
ଲକ୍ଷ୍ନୌ : ପ୍ରୟାଗରାଜର ଜଣେ ୨୨ ବର୍ଷୀୟା ମହିଳା ଅନାମିକା ଶର୍ମା ଇତିହାସ ସୃଷ୍ଟି କରିଛନ୍ତି। ରାମ ମନ୍ଦିର ଛବି ଥିବା ପତାକା ୧୩ ହଜାର ଫୁଟ୍ ଉଚ୍ଚତାରେ ଉଡ଼ାଇ ସେ ଇତିହାସ ରଚିଛନ୍ତି। ବ୍ୟାଙ୍କକ୍ରେ ଅନାମିକା ଏହି ସଫଳତା ହାସଲ କରିଛନ୍ତି। ସ୍କାଇଡାଇଭିଂ କ୍ଷେତ୍ରରେ ଅନାମିକାଙ୍କର ଏହା ଆଉ ଏକ ସଫଳତା। ଜାନୁଆରି ୨୨ ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ଥିବାବେଳେ ଏହା ପୂର୍ବରୁ ଅନାମିକା ରାମ ମନ୍ଦିର ଛବି ପତାକା ଉଡ଼ାଇ ଇତିହାସ ସୃଷ୍ଟି କରିଛନ୍ତି। ଝିଅର ସଫଳତାରେ ଗର୍ବ ଅନୁଭବ କରି ଅନାମିକାଙ୍କ ମା’ ପ୍ରିୟଙ୍କା ଶର୍ମା କହିଛନ୍ତି, ଯେତେବେଳେ ଏହି ବୟସରେ କୌଣସି ପୁଅ ଏମିତି ସଫଳତା ହାସଲ କରିପାରିନାହାନ୍ତି। ଏତେ କମ୍ ବୟସରେ ଝିଅ ଅନାମିକାର ସଫଳତା ପାଇଁ ପ୍ରିୟଙ୍କା ଗର୍ବ ଅନୁଭବ କରୁଥିବା କହିଛନ୍ତି। ଅନାମିକାଙ୍କ ବାପା ଅଜୟ କୁମାର ଶର୍ମା ହେଉଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ସେ ନିଜେ ମଧ୍ୟ ସ୍କାଇଡାଇଭିଂରେ ସମ୍ପୃକ୍ତ।




