୧୩ରେ ମୋଦୀଙ୍କ ମଣିପୁର ଗସ୍ତ
ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖରେ ହିଂସା ପ୍ରବଣ ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲେକଙ୍କ ପାଇଁ ପୁନଃ ଥଇଥାନ ବ୍ୟବସ୍ଥା ଏବଂ ରାଜ୍ୟର ବିକାଶ ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ କୁକି-ଜୋ ସମ୍ପ୍ରଦାୟ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, ହିଂସାରେ ସେମାନଙ୍କର ୩୬୦ଟି ଚର୍ଚ୍ଚ୍ ଓ ୭ ହଜାର ଘର ପୋଡ଼ି […]
ଇମ୍ଫାଲ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୧୩ ତାରିଖରେ ହିଂସା ପ୍ରବଣ ମଣିପୁର ଗସ୍ତ କରିବେ। ପ୍ରଧାନମନ୍ତ୍ରୀ ଏହି ଅବସରରେ ହିଂସା ଯୋଗୁ ବିସ୍ଥାପିତ ହୋଇଥିବା ଲେକଙ୍କ ପାଇଁ ପୁନଃ ଥଇଥାନ ବ୍ୟବସ୍ଥା ଏବଂ ରାଜ୍ୟର ବିକାଶ ପାଇଁ ପ୍ୟାକେଜ ଘୋଷଣା କରିପାରନ୍ତି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଅବସରରେ କୁକି-ଜୋ ସମ୍ପ୍ରଦାୟ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରଶାସନିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ସେମାନେ କହିଛନ୍ତି, ହିଂସାରେ ସେମାନଙ୍କର ୩୬୦ଟି ଚର୍ଚ୍ଚ୍ ଓ ୭ ହଜାର ଘର ପୋଡ଼ି ଦିଆଯାଇଥିବା ବେଳେ, ୪୦,୦୦୦ରୁ ଅଧିକ ଲୋକ ରିଲିଫ କ୍ୟାମ୍ପରେ ରହୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିବାକୁ ଜୋରଦାର ପ୍ରସ୍ତୁତି ଚାଲିଥିବା ବେଳେ କେତେକ କୁକି ନେତା କହିଛନ୍ତି, ଆମେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସ୍ବାଗତ କରୁଛୁ, କିନ୍ତୁ ଏବେବି ଆମ ଆଖିର ଲୁହ ଶୁଖିନି କି କ୍ଷତ ଭରିନି। ପ୍ରଧାନମନ୍ତ୍ରୀ ରିଲିଫ କ୍ୟାମ୍ପରେ ଥିବା ଲୋକଙ୍କୁ ଭେଟିବାକୁ ସେମାନେ ଅନୁରୋଧ କରିଛନ୍ତି। ପ୍ରଧାନମନ୍ତ୍ରୀ ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଜିଲ୍ଲାକୁ ନୋ ଡ୍ରୋନ୍ ଜୋନ୍ ଘୋଷଣା କରାଯାଇଛି।




