୧୨ ବର୍ଷର ବାଳକକୁ ସାଇକେଲ୍ ଚେନରେ ଚାପି ମାରିଦେଲେ ୩ ନାବାଳକ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଆଜି ଏକ ୧୨ ବର୍ଷର ବାଳକକୁ ସାଇକେଲ୍ ଚେନରେ ଚାପି ୩ ଜଣ ନାବାଳକ ମାରି ଦେଇଛନ୍ତି । ଉକ୍ତ ୩ ନାବାଳକଙ୍କ ବୟସ ଯଥାକ୍ରମେ ୧୬, ୧୪ ଏବଂ ୧୧। ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକ ହେଉଛି ସେମାନଙ୍କ ସାଙ୍ଗ। ସେମାନେ ଉକ୍ତ ବାଳକର ତଣ୍ଟିକୁ ସାଇକେଲ୍ ଚେନରେ ଚିପିବା ସହ ତା’ ମୁଣ୍ଡକୁ ପଥରରେ ଛେଚିଥିଲେ ଏବଂ ଛୁରୀରେ ତଣ୍ଟି କାଟି ଦେଇଥିଲେ। ପଲିଥିନ […]
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ଆଜି ଏକ ୧୨ ବର୍ଷର ବାଳକକୁ ସାଇକେଲ୍ ଚେନରେ ଚାପି ୩ ଜଣ ନାବାଳକ ମାରି ଦେଇଛନ୍ତି । ଉକ୍ତ ୩ ନାବାଳକଙ୍କ ବୟସ ଯଥାକ୍ରମେ ୧୬, ୧୪ ଏବଂ ୧୧। ହତ୍ୟାର ଶିକାର ହୋଇଥିବା ୧୨ ବର୍ଷୀୟ ବାଳକ ହେଉଛି ସେମାନଙ୍କ ସାଙ୍ଗ। ସେମାନେ ଉକ୍ତ ବାଳକର ତଣ୍ଟିକୁ ସାଇକେଲ୍ ଚେନରେ ଚିପିବା ସହ ତା’ ମୁଣ୍ଡକୁ ପଥରରେ ଛେଚିଥିଲେ ଏବଂ ଛୁରୀରେ ତଣ୍ଟି କାଟି ଦେଇଥିଲେ। ପଲିଥିନ ବ୍ୟାଗରେ ସେମାନେ ମର ଶରୀର ପୂରାଇ ଫୋପାଡ଼ି ଦେଇଥିଲେ। ସିଓନି ନିକଟସ୍ଥ ମଗରକଠା ଗ୍ରାମ ନିକଟରେ ଏହି ଘଟଣା ଘଟିଛି। ବାରଘାଟ ଏସଡିଓପି ଶଶିକାନ୍ତ ସରେୟମ କହିଛନ୍ତି, ହତ୍ୟା ଘଟଣାରେ ସମ୍ପୃକ୍ତ ଜଣେ ୧୬ ବର୍ଷୀୟ ଅଭିଯୁକ୍ତ ହତ୍ୟାର ଶିକାର ହୋଇଥିବା ବାଳକ ସହ କଥା ହେବାକୁ ଚେଷ୍ଟା କରିଥିଲା। ପୀଡ଼ିତ ବାଳକ ଏହା ଜାଣିବାପରେ ଅଭିଯୁକ୍ତ ସହ ତା’ର ବଚସା ହୋଇଥିଲା। ଏହାପରେ ପୀଡ଼ିତ ବାଳକକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ୩ ନାବାଳକଙ୍କୁ କୋର୍ଟରେ ହାଜର କରାଯାଇଛି। ସେମାନଙ୍କୁ ୧୪ ଦିନ ପାଇଁ ବାଳ ସୁଦ୍ଧାର ଗୃହ ପଠାଯିବ।




