୧୨ ପ୍ରତିଶତ ରାଜ୍ୟସଭା ସାଂସଦ ବିଲିଅନେୟାର

ନୂଆଦିଲ୍ଲୀ: ରାଜ୍ୟସଭାର ୧୨ ପ୍ରତିଶତ ସାଂସଦ ବିଲିଅନେୟାର। ଏଡିଆର୍‌ ଏବଂ ଏନଇଡବ୍ଲୁ (ନେସନାଲ ଇଲେକ୍ସନ୍‌ ୱାଚ୍‌) ରାଜ୍ୟସଭାର ୨୩୩ ସାଂସଦଙ୍କ ମଧ୍ୟରୁ ୨୨୫ ଜଣଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟ ପୃଷ୍ଠଭୂମି ଅନୁଶୀଳନ କରି ଏହି ତଥ୍ୟ ପ୍ରଦାନ କରିଛି। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ସର୍ବାଧିକ ସାଂସଦ ବିଲିଅନେୟାର। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ୧୧ ସାଂସଦଙ୍କ ମଧ୍ୟରୁ ୫ ଜଣ ( ୪୫ ପ୍ରତିଶତ), ତେଲେଙ୍ଗାନାର ୭ ସାଂସଦଙ୍କ ମଧ୍ୟରୁ ୩ ଜଣ (୪୩ […]

Samaya Live Picture
Published On

ନୂଆଦିଲ୍ଲୀ: ରାଜ୍ୟସଭାର ୧୨ ପ୍ରତିଶତ ସାଂସଦ ବିଲିଅନେୟାର। ଏଡିଆର୍‌ ଏବଂ ଏନଇଡବ୍ଲୁ (ନେସନାଲ ଇଲେକ୍ସନ୍‌ ୱାଚ୍‌) ରାଜ୍ୟସଭାର ୨୩୩ ସାଂସଦଙ୍କ ମଧ୍ୟରୁ ୨୨୫ ଜଣଙ୍କ ଅପରାଧିକ, ଆର୍ଥିକ ଏବଂ ଅନ୍ୟ ପୃଷ୍ଠଭୂମି ଅନୁଶୀଳନ କରି ଏହି ତଥ୍ୟ ପ୍ରଦାନ କରିଛି। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ସର୍ବାଧିକ ସାଂସଦ ବିଲିଅନେୟାର। ରିପୋର୍ଟ ଅନୁଯାୟୀ ଆନ୍ଧ୍ରପ୍ରଦେଶର ୧୧ ସାଂସଦଙ୍କ ମଧ୍ୟରୁ ୫ ଜଣ ( ୪୫ ପ୍ରତିଶତ), ତେଲେଙ୍ଗାନାର ୭ ସାଂସଦଙ୍କ ମଧ୍ୟରୁ ୩ ଜଣ (୪୩ ପ୍ରତିଶତ) , ମହାରାଷ୍ଟ୍ରର ୧୯ ସାଂସଦଙ୍କ ମଧ୍ୟରୁ ୩ ଜଣ (୧୬ ପ୍ରତିଶତ) , ଦିଲ୍ଲୀରୁ ୩ ସାଂସଦଙ୍କ ମଧ୍ୟରୁ ଜଣେ (୩୩ ପ୍ରତିଶତ) , ପଂଜାବରୁ ୭ ସାଂସଦଙ୍କ ମଧ୍ୟରୁ ୨ ଜଣ (୨୯ ପ୍ରତିଶତ) , ହରିୟାଣାରୁ ୫ ସାଂସଦଙ୍କ ମଧ୍ୟରୁ ଜଣେ (୨୦ ପ୍ରତିଶତ), ମଧ୍ୟପ୍ରଦେଶର ୧୧ ସାଂସଦଙ୍କ ମଧ୍ୟରୁ ୨ ଜଣ (୧୮ ପ୍ରତିଶତ) ସାଂସଦ ସେମାନଙ୍କର ୧୦୦ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଥିବା ଘୋଷଣା କରିଛନ୍ତି। ତେ‌ଲେଙ୍ଗାନାର ୭ ସାଂସଦଙ୍କ ମୋଟ୍‌ ସମ୍ପତ୍ତି ମୂଲ୍ୟ ୫,୫୯୬ କୋଟି। ଆନ୍ଧ୍ରପ୍ରଦେଶର ୧୧ ସାଂସଦଙ୍କ ସମ୍ପତ୍ତି ୩,୮୨୩ କୋଟି ଏବଂ ଉତ୍ତରପ୍ରଦେଶର ୩୦ ସାଂସଦଙ୍କ ମୋଟ୍‌ ସମ୍ପତ୍ତିର ମୂଲ୍ୟ ୧୯୪୧ କୋଟି। ୨୨୫ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୭୫ ଜଣ ତଥା ୩୩ ପ୍ରତିଶତ ସାଂସଦ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି। ୪୧ ଜଣ ତଥା ୧୮ ପ୍ରତିଶତ ରାଜ୍ୟସଭା ସାଂସଦ ସେମାନଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ଘୋଷଣା କରିଥିବା ବେଳେ ୨ ସଦସ୍ୟଙ୍କ ବିରୋଧରେ ଆଇପିସିର ଧାରା ୩୦୨ ଅଧୀନରେ ହତ୍ୟା ମାମଲା ରହିଛି। ମହିଳାଙ୍କ ବିରୋଧରେ ଅପରାଧ ପାଇଁ ୪ ଜଣ ରାଜ୍ୟସଭା ସାଂସଦ ସେମାନଙ୍କ ବିରୋଧରେ ମାମଲା ଥିବା ଘୋଷଣା କରିଛନ୍ତି। ଏହି ୪ ସାଂସଦଙ୍କ ମଧ୍ୟରୁ କଂଗ୍ରେସର ଜଣେ ରାଜ୍ୟସଭା ସଦସ୍ୟ ତଥା ରାଜସ୍ଥାନର କେସି ବେଣୁଗୋପାଳ ତାଙ୍କ ବିରୋଧରେ ଆଇପିସିର ଧାରା ୩୭୬ ଅଧୀନରେ ଦୁଷ୍କର୍ମ ମାମଲା ଥିବା ଘୋଷଣା କରିଛନ୍ତି।

Tags: