୧୨୦ ଆସନରେ କଂଗ୍ରେସ ଆଗୁଆ

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସର ବିଜୟ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ୧୨୦ ଆସନରେ ଆଗୁଆ ଥିବାବେଳେ ବିଜେପି ୭୦ରୁ ଅଧିକ ଆସନରେ ଆଗୁଆ ରହିଛି। ସରକାର ଗଠନ ପାଇଁ ଯେଉଁ ସଂଖ୍ୟା ଆବଶ୍ୟକ କଂଗ୍ରେସ ସେହି ସଂଖ୍ୟା ଅତିକ୍ରମ କରିଯାଇଛି। କିନ୍ତୁ କଂଗ୍ରେସ ଅଧିକ ଆସନରେ ଆଗୁଆ ଥିଲେ ବି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ବିଜେପିର ବିଜୟ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ବୋମାଇ କହିଛନ୍ତି, କଂଗ୍ରେସର ନିଜ ବିଧାୟକଙ୍କ ଉପରେ ଭରସା ନାହିଁ।ତେଣୁ ଏହା ଅନ୍ୟ […]

Samaya Live Picture
Published On

ବେଙ୍ଗାଲୁରୁ : କର୍ଣ୍ଣାଟକରେ କଂଗ୍ରେସର ବିଜୟ ସ୍ପଷ୍ଟ ହୋଇଯାଇଛି। କଂଗ୍ରେସ ୧୨୦ ଆସନରେ ଆଗୁଆ ଥିବାବେଳେ ବିଜେପି ୭୦ରୁ ଅଧିକ ଆସନରେ ଆଗୁଆ ରହିଛି। ସରକାର ଗଠନ ପାଇଁ ଯେଉଁ ସଂଖ୍ୟା ଆବଶ୍ୟକ କଂଗ୍ରେସ ସେହି ସଂଖ୍ୟା ଅତିକ୍ରମ କରିଯାଇଛି। କିନ୍ତୁ କଂଗ୍ରେସ ଅଧିକ ଆସନରେ ଆଗୁଆ ଥିଲେ ବି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ ବିଜେପିର ବିଜୟ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ବୋମାଇ କହିଛନ୍ତି, କଂଗ୍ରେସର ନିଜ ବିଧାୟକଙ୍କ ଉପରେ ଭରସା ନାହିଁ।ତେଣୁ ଏହା ଅନ୍ୟ ଦଳର ନେତାଙ୍କ ସହ ଯୋଗାଯୋଗରେ ରହିଛି। ରାଜ୍ୟରେ ଆଜି ୩୬ଟି ଗଣତି କେନ୍ଦ୍ରରେ ଭୋଟ୍ ଗଣତି କରାଯାଉଛି। ରାଜ୍ୟରେ ପ୍ରମୁଖ ନେତାମାନେ ହେଉଛନ୍ତି ମୁଖ୍ୟମନ୍ତ୍ରୀ ବସଭରାଜ ବୋମାଇ, କଂଗ୍ରେସର ସିଦ୍ଦରମେୟା, ଡିକେ ଶିବକୁମାର ଏବଂ ଜେଡିଏସ୍ର ଏଚ୍ଡି କୁମାରସ୍ବାମୀ। ବିଜେପି କର୍ଣ୍ଣାଟକରେ ଇତିହାସ ସୃଷ୍ଟି କରିବାକୁ ଚାହିଛି। କୌଣସି ଦଳ ଲଗାତାର ଦ୍ବିତୀୟ ଥର ପାଇଁ କ୍ଷମତାକୁ ଆସିନଥିବା ବେଳେ ବିଜେପି ଏହି ରେକର୍ଡ ଭାଙ୍ଗିବାକୁ ଚେଷ୍ଟା କରିଥିଲା। କିନ୍ତୁ ବିଜେପିର ଆଶା ମଉଳି ଯିବା ଭଳି ଲାଗୁଛି।

Tags: