୧୧ ରାଜ୍ୟରେ ୯ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ ରାଜ୍ୟରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଜି ୯ ଟି ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି। ଟ୍ରେନ୍ ଶଭୁାରମ୍ଭ କରିବାପରେ ମୋଦୀ କହିଛନ୍ତି, ଲଗାତାର ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଟ୍ରେନ୍ ଗୁଡ଼ିକରେ ୧,୧୧,୦୦,୦୦୦ ଯାତ୍ରୀ ଯାତ୍ରା କରି ସାରିଲେଣି। ମୋଦୀ କହିଛନ୍ତି, ଦେଶରେ ଏଯାବତ ୨୫ଟି ବନ୍ଦେ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ୧୧ ରାଜ୍ୟରେ ୯ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଦୀ ଆଜି ୯ ଟି ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ କରିଛନ୍ତି। ଟ୍ରେନ୍ ଶଭୁାରମ୍ଭ କରିବାପରେ ମୋଦୀ କହିଛନ୍ତି, ଲଗାତାର ଭାବେ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଏହି ଟ୍ରେନ୍ ଗୁଡ଼ିକରେ ୧,୧୧,୦୦,୦୦୦ ଯାତ୍ରୀ ଯାତ୍ରା କରି ସାରିଲେଣି। ମୋଦୀ କହିଛନ୍ତି, ଦେଶରେ ଏଯାବତ ୨୫ଟି ବନ୍ଦେ ଭାରତ ଚାଲୁଥିଲା। ଏଥିରେ ଆଉ ୯ଟି ଯୋଡ଼ି ହେଲା। ଦେଶର ସବୁ ଅଂଶରେ ବନ୍ଦେ ଭାରତ ଯୋଡ଼ିହେବାପାଇଁ ଆଉ ବେଶୀଦିନ ନୁହେଁ ବୋଲି ମୋଦୀ କହିଛନ୍ତି। ମୋଦୀ ଆଜି ଶୁଭାରମ୍ଭ କରିଥିବା ୬ଟି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ହେଉଛି –
ଉଦୟପୁର-ଜୟପୁର ବନ୍ଦେ ଭାରତ ଏକ୍ସପ୍ରେସ
ତିରୁନେଲଭେଲି-ମଦୁରାଇ ବନ୍ଦେ ଭାରତ ଏକ୍ସପ୍ରେସ
ବିଜୟୱାଡ଼ା – ଚେନ୍ନାଇ ବନ୍ଦେ ଭାରତ ଏକ୍ସପ୍ରେସ
ପାଟନା-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ
କସରଗଡ଼-ଥିରୁଅନନ୍ତପୁରମ ବନ୍ଦେ ଭାରତ ଏକ୍ଦପ୍ରେସ
ରାଉରକେଲା-ଭୁବନେଶ୍ବର-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ
ରାଞ୍ଚି-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ
ଜାମନଗର-ଅହମଦାବାଦ ବନ୍ଦେ ଭାରତ ଏକ୍ସପ୍ରେସ
ଏହି ୯ଟି ଟ୍ରେନ୍ ରାଜସ୍ଥାନ, ତାମିଲନାଡ଼ୁ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ବିହାର, ପଶ୍ଚିମବଙ୍ଗ, କେରଳ , ଓଡ଼ିଶା, ଝାଡ଼ଖଣ୍ଡ ଏବଂ ଗୁଜରାଟରେ ଚାଲିବ।




