୧୧ ଦିନରେ ୪୨ ସ୍ଥାନରେ ଜେଡିଏସ୍ ପାଇଁ ପ୍ରଚାର କରିବେ ଦେବଗୌଡ଼ା
ନୂଆଦିଲ୍ଲୀ : ଜେଡିଏସ୍ (ଜନତା ଦଳ ସେକୁଲାର) ସୁପ୍ରିମୋ ଏଚଡି ଦେବଗୌଡ଼ା କର୍ଣ୍ଣାଟକରେ ଜେଡିଏସର ପ୍ରଚାର ମଙ୍ଗ ଧରିଛନ୍ତି। ଦେବଗୌଡ଼ା ଆସନ୍ତା ୧୧ ଦିନ ମଧ୍ୟରେ ତାଙ୍କ ଦଳ ପାଇଁ ୪୨ଟି ସ୍ଥାନରେ ପ୍ରଚାର କରିବେ। ଦେବଗୌଡ଼ାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଅସୁସ୍ଥ ଥିବାରୁ ଦେବଗୌଡ଼ା ୮୯ ବର୍ଷ ବୟସରେ ପ୍ରଚାର କରୁଛନ୍ତି। ଦେବଗୌଡ଼ା କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ସେ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ନେବେ। ଦେବଗୌଡ଼ା ଆସନ୍ତାକାଲିଠାରୁ […]
ନୂଆଦିଲ୍ଲୀ : ଜେଡିଏସ୍ (ଜନତା ଦଳ ସେକୁଲାର) ସୁପ୍ରିମୋ ଏଚଡି ଦେବଗୌଡ଼ା କର୍ଣ୍ଣାଟକରେ ଜେଡିଏସର ପ୍ରଚାର ମଙ୍ଗ ଧରିଛନ୍ତି। ଦେବଗୌଡ଼ା ଆସନ୍ତା ୧୧ ଦିନ ମଧ୍ୟରେ ତାଙ୍କ ଦଳ ପାଇଁ ୪୨ଟି ସ୍ଥାନରେ ପ୍ରଚାର କରିବେ। ଦେବଗୌଡ଼ାଙ୍କ ପୁଅ ତଥା କର୍ଣ୍ଣାଟକର ପୂର୍ବତନ ମୁ୍ଖ୍ୟମନ୍ତ୍ରୀ ଏଚ.ଡି କୁମାରସ୍ବାମୀ ଅସୁସ୍ଥ ଥିବାରୁ ଦେବଗୌଡ଼ା ୮୯ ବର୍ଷ ବୟସରେ ପ୍ରଚାର କରୁଛନ୍ତି। ଦେବଗୌଡ଼ା କହିଛନ୍ତି, ତାଙ୍କ ସ୍ବାସ୍ଥ୍ୟାବସ୍ଥା ପାଇଁ ସେ ସପ୍ତାହରେ ଗୋଟିଏ ଦିନ ବିଶ୍ରାମ ନେବେ। ଦେବଗୌଡ଼ା ଆସନ୍ତାକାଲିଠାରୁ ଆରମ୍ଭ କରି ମେ’ ୮ ତାରିଖ ପର୍ଯ୍ୟନ୍ତ କର୍ଣ୍ଣାଟକରେ ନିର୍ବାଚନ ପ୍ରଚାର କରିବେ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଜେଡିଏସ୍ ସୁପ୍ରିମୋ କହିଛନ୍ତି,, ଦଳ ୨୧୧ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିଲା। ଏଥି ମଧ୍ୟରୁ ୨ ଜଣ ସେମାନଙ୍କ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି। ଅନ୍ୟ ୨ ଜଣଙ୍କ ପ୍ରାର୍ଥିପତ୍ର ରଦ୍ଦ ହୋଇଛି । ତେଣୁ ମୋଟ୍ ୨୦୭ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମେ’ ୧୦ ତାରିଖରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଏବଂ ମେ’ ୧୩ ତାରିଖରେ ଫଳାଫଳ ଆସିବ।




