୧୦ ବର୍ଷ ପରେ କଂଗ୍ରେସ ଆସନ ସଂଖ୍ୟା ବଢ଼ିବ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୯୦ରୁ ଅଧିକ ଆସନରେ ଜିତିବ ବୋଲି ଜଣାପଡ଼ିଛି। ୨୦୧୪ରେ କଂଗ୍ରେସ ୪୪ ଏବଂ ୨୦୧୯ରେ ୫୨ ଆସନରେ କଂଗ୍ରେସ ଜିତିଥିଲା। ଆଜି ଅପରାହ୍ନ ୧୨.୧୫ ସୁଦ୍ଧା କଂଗ୍ରେସ ୯୪ ଆସନରେ ଆଗୁଆ ରହିଛି । ଜଣାପଡ଼ୁଛି ଯେ ୨୦୧୪ ପରେ ପ୍ରଥମ ଥର ପାଇଁ କଂଗ୍ରେସର ଆସନ ସଂଖ୍ୟା ବଢ଼ିବ। ୨୦୧୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ‘ମୋଦୀ ଲହର’ ପାଇଁ ପରାଜୟ ବରଣ କରିଥିଲା। କଂଗ୍ରେସ […]

Samaya Live Picture
Published On

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନରେ କଂଗ୍ରେସ ୯୦ରୁ ଅଧିକ ଆସନରେ ଜିତିବ ବୋଲି ଜଣାପଡ଼ିଛି। ୨୦୧୪ରେ କଂଗ୍ରେସ ୪୪ ଏବଂ ୨୦୧୯ରେ ୫୨ ଆସନରେ କଂଗ୍ରେସ ଜିତିଥିଲା। ଆଜି ଅପରାହ୍ନ ୧୨.୧୫ ସୁଦ୍ଧା କଂଗ୍ରେସ ୯୪ ଆସନରେ ଆଗୁଆ ରହିଛି । ଜଣାପଡ଼ୁଛି ଯେ ୨୦୧୪ ପରେ ପ୍ରଥମ ଥର ପାଇଁ କଂଗ୍ରେସର ଆସନ ସଂଖ୍ୟା ବଢ଼ିବ। ୨୦୧୪ରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ବାଧୀନ କଂଗ୍ରେସ ‘ମୋଦୀ ଲହର’ ପାଇଁ ପରାଜୟ ବରଣ କରିଥିଲା। କଂଗ୍ରେସ ଦଳ ୧୬୨ଆସନ ହରାଇ ଦେଇଥିଲା ଏବଂ ଏହାର ଭୋଟ୍ ପ୍ରତିଶତ ମଧ୍ୟ ପାଖାପାଖି ୯.୩ ପ୍ରତିଶତ କମିଯାଇଥିଲା। ବିଜେପି ନେତୃତ୍ବାଧୀନ ଏନଡିଏ ୨୦୧୪ରେ ୫୪୩ ଆସନରୁ ୩୩୬ ଆସନରେ ଜିତିଥିଲା। ବିଜେପି କେବଳ ୨୮୨ ଆସନରେ ଜିତିଥିଲା। ଏନଡିଏ ଉତ୍ତରପ୍ରଦେଶରେ ୭୩, ମହାରାଷ୍ଟ୍ରରେ ୪୧, ବିହାରରେ ୩୧, ମଧ୍ୟପ୍ରଦେଶରେ ୨୭, ଆସନରେ ଜିତିଥିଲା। ଗୁଜରାଟରେ ମଧ୍ୟ ଏହା ୨୬, ରାଜସ୍ଥାନରେ ୨୫, ଦିଲ୍ଲୀରେ ୭, ହିମାଚଳପ୍ରଦେଶରେ ୪, ଉତ୍ତରାଖଣ୍ଡରେ ୫, ଝାଡ଼ଖଣ୍ଡରେ ୧୨, ଛତିଶଗଡ଼ରେ ୧୦ ଏବଂ ହରିୟାଣାରେ ୭ ଆସନରେ ଜିତିଥିଲା। ୨୦୧୪ରେ କଂଗ୍ରେସ ଉତ୍ତରପ୍ରଦେଶରେ ମାତ୍ର ୨ଟି ଆସନରେ ଜିତିଥିଲା। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଉତ୍ତରପ୍ରଦେଶରେ ମାତ୍ର ଗୋଟିଏ ଆସନରେ ଜିତିଲା। ତେବେ ପ୍ରାଥମିକ ପର୍ଯ୍ୟାୟ ଗଣତିରୁ ଯାହା ଜଣା ପଡ଼ୁଛି ଚଳିତ ଥର କଂଗ୍ରେସର ସଂଖ୍ୟା ବଢ଼ିପାରେ।

Tags: