‘୧୦ ବର୍ଷର ୟୁପିଏ, ଏନଡିଏ ଶାସନ ମଧ୍ୟରେ ତୁଳନା’ ବିତର୍କରେ ଭାଗ ନେବାକୁ ରାହୁଲଙ୍କୁ ସ୍ମୃତିଙ୍କ ଚାଲେଞ୍ଜ
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୧୦ ବର୍ଷର ୟୁପିଏ ଏବଂ ଏନଡିଏ ଶାସନ ମଧ୍ୟରେ ତୁଳନା ବିଷୟବସ୍ତୁ ଉପରେ ଏକ ବିତର୍କରେ ଭାଗ ନେବାପାଇଁ ଚାଲେଞ୍ଜ କରିଛନ୍ତି। ସ୍ମୃତି କହିଛନ୍ତି, ବିଜେପି ଉକ୍ତ ବିଷୟବସ୍ତୁ ଊପରେ ଭାଷଣ ଦେବାପାଇଁ ଜଣେ ବିଜେପି କର୍ମୀଙ୍କୁ ବାଛିପାରିବ। ନାଗପୁରରେ ନମୋ ଯୁବ ମହାସମ୍ମେଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସ୍ମୃତି ରାହୁଲଙ୍କୁ ବିତର୍କରେ ଭାଗ ନେବାପାଇଁ ଆହ୍ବାନ କରିଛନ୍ତି ଏବଂ […]
ନୂଆଦିଲ୍ଲୀ: କେନ୍ଦ୍ର ମନ୍ତ୍ରୀ ଏବଂ ବିଜେପି ନେତ୍ରୀ ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ୧୦ ବର୍ଷର ୟୁପିଏ ଏବଂ ଏନଡିଏ ଶାସନ ମଧ୍ୟରେ ତୁଳନା ବିଷୟବସ୍ତୁ ଉପରେ ଏକ ବିତର୍କରେ ଭାଗ ନେବାପାଇଁ ଚାଲେଞ୍ଜ କରିଛନ୍ତି। ସ୍ମୃତି କହିଛନ୍ତି, ବିଜେପି ଉକ୍ତ ବିଷୟବସ୍ତୁ ଊପରେ ଭାଷଣ ଦେବାପାଇଁ ଜଣେ ବିଜେପି କର୍ମୀଙ୍କୁ ବାଛିପାରିବ। ନାଗପୁରରେ ନମୋ ଯୁବ ମହାସମ୍ମେଳନ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ ସ୍ମୃତି ରାହୁଲଙ୍କୁ ବିତର୍କରେ ଭାଗ ନେବାପାଇଁ ଆହ୍ବାନ କରିଛନ୍ତି ଏବଂ କହିଛନ୍ତି, ‘ଯଦି ମୋ ସ୍ବର ରାହୁଲ ଗାନ୍ଧିଙ୍କ ନିକଟରେ ପହଞ୍ଚି ପାରୁଛି ତେବେ ସେ କାନ ଖୋଲା କରି ଶୁଣିବା ଉଚିତ। କାହାର ୧୦ ବର୍ଷର ଶାସନ ଭଲ ବିଷୟବସ୍ତୁ ଉପରେ ବିତର୍କ କରାଯାଉ । ମଇଦାନ ଆପଣ ଠିକ୍ କରନ୍ତୁ, ଆମେ କେବଳ ବିଜେପିକୁ ପ୍ରତିନିଧିତ୍ବ କରିବାପାଇଁ ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବାଛିବୁ। ସ୍ମୃତି ଦାବି କରିଛନ୍ତି ଯେ ଯଦି ଜଣେ ଯୁବ ମୋର୍ଚ୍ଚା କର୍ମୀ ରାହୁଲଙ୍କ ଆଗରେ କହିବା ଆରମ୍ଭ କରିବେ ତେବେ ରାହୁଲଙ୍କର କହିବାର ସାହସ ଦୁର୍ବଳ ହୋଇଯିବ। ସ୍ମୃତି କହିଛନ୍ତି, ମୁଁ ଗ୍ୟା ରେଣ୍ଟି ଦେଉଛି ଯେ ଯୁବ ମୋର୍ଚ୍ଚାର କୌଣସି ସାଧାରଣ କର୍ମଚାରୀ ବି ଯଦି ରାହୁଲଙ୍କ ଆଗରେ କିଛି କହିବା୍ ଆରମ୍ଭ କରିବେ ତେବେ ସେ ତାଙ୍କର କହିବାର ଶକ୍ତି ହରାଇଦେବେ। ଯୁବ ମୋର୍ଚ୍ଚା କର୍ମୀ ରାହୁଲଙ୍କୁ ଭାଷଣରେ ହରାଇଦେବେ ବୋଲି ସ୍ମୃତି ଦୃଢ଼ୋକ୍ତି ବାଢ଼ିଛନ୍ତି। ବିଜେପି ନେତୃତ୍ବାଧୀନ ଏନଡିଏ ସରକାରର ବିଭିନ୍ନ କଲ୍ୟାଣକାରୀ ପଦକ୍ଷେପକୁ ସ୍ମୃତି ପ୍ରଶଂସା କରିଛନ୍ତି। ରାହୁଲଙ୍କ ଉପରେ ବର୍ଷି ସ୍ମୃତି କହିଛନ୍ତି, ଯେତେବେଳେ ରାମ ଲାଲ୍ଲାଙ୍କର ପ୍ରାଣ ପ୍ରତିଷ୍ଠା ଉତ୍ସବ ହୋଇଥିଲା ସେ ସମୟରେ ରାହୁଲ ଗାନ୍ଧିଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ସେ ଆସିନଥିଲେ। ଗର୍ବ ଏବଂ ଅହଙ୍କାର ଏବେ ବି ଅଛି ବୋଲି ସେ କହିଛନ୍ତି।




