୧୦ ତାରିଖ ସୁଦ୍ଧା ଘୋଷଣା ହୋଇପାରେ ୫ ରାଜ୍ୟର ବିଧାନସଭା ନିର୍ବାଚନ ତାରିଖ
ନୂଆଦିଲ୍ଲୀ: ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଆସନ୍ତା ୮ରୁ ୧୦ ତାରିଖ ଭିତରେ ଘୋଷଣା ହୋଇପାରେ। ନିର୍ବାଚନ କମିସନ ସୂତ୍ରକୁ ଆଧାର କରି ଏକ ଟିଭି ଚ୍ୟାନେଲ ପକ୍ଷରୁ ଏହା କୁହାଯାଇଛି। ଉପରୋକ୍ତ ୫ଟି ରାଜ୍ୟର ନିର୍ବାଚନ ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ୨୦୧୮ ନିର୍ବାଚନ ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନରେ ଗୋଟିଏ ପର୍ଯ୍ୟାୟରେ ଏବଂ ଛତିଶଗଡ଼ରେ ଦୁଇଟି […]
ନୂଆଦିଲ୍ଲୀ: ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା, ମିଜୋରାମ ଏବଂ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ କାର୍ଯ୍ୟସୂଚୀ ଆସନ୍ତା ୮ରୁ ୧୦ ତାରିଖ ଭିତରେ ଘୋଷଣା ହୋଇପାରେ। ନିର୍ବାଚନ କମିସନ ସୂତ୍ରକୁ ଆଧାର କରି ଏକ ଟିଭି ଚ୍ୟାନେଲ ପକ୍ଷରୁ ଏହା କୁହାଯାଇଛି। ଉପରୋକ୍ତ ୫ଟି ରାଜ୍ୟର ନିର୍ବାଚନ ଆସନ୍ତା ନଭେମ୍ବର ଦ୍ବିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ହେବାର ସମ୍ଭାବନା ରହିଛି। ୨୦୧୮ ନିର୍ବାଚନ ଭଳି ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ, ତେଲେଙ୍ଗାନରେ ଗୋଟିଏ ପର୍ଯ୍ୟାୟରେ ଏବଂ ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ହୋଇପାରେ। ତେବେ ଭିନ୍ନ ଭିନ୍ନ ତାରିଖରେ ୫ଟି ଯାକ ରାଜ୍ୟରେ ନିର୍ବାଚନ ହୋଇପାରେ। ଡିସେମ୍ବର ୧୦ରୁ ୧୫ ତାରିଖ ମଧ୍ୟରେ ୫ଟି ଯାକ ରାଜ୍ୟରେ ଭୋଟ ଗଣତି ହୋଇପାରେ। ଉଲ୍ଲେଖଯୋଗ୍ୟ, ମିଜୋରାମ ବିଧାନସଭା ନିର୍ବାଚନ ଅବଧି ଚଳିତବର୍ଷ ଡିସେମ୍ବର ୧୭ରେ ଶେଷ ହେବ। ଏଠାରେ ବିଜେପିର ସହଯୋଗୀ ଦଳ ଏମଏନଏଫ (ମିଜୋ ନ୍ୟାସନାଲ ଫ୍ରଣ୍ଟ) କ୍ଷମତାରେ ରହିଛି। ତେଲେଙ୍ଗାନା, ରାଜସ୍ଥାନ, ଛତିଶଗଡ଼ ଏବଂ ରାଜସ୍ଥାନ ବିଧାନସଭାର ଅବଧି ଜାନୁଆରି ମାସରେ ଶେଷ ହେଉଛି। ତେଲେଙ୍ଗାନାରେ ବିଆର୍ଏସ୍, ମଧ୍ୟପ୍ରଦେଶରେ ବିଜେପି, ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ଶାସନ କ୍ଷମତାରେ ରହିଛି।




