ୟେମେନରେ ଭାରତୀୟ ନର୍ସ ନିମିଶାଙ୍କୁ ଜୁଲାଇ ୧୬ରେ ଫାଶୀ

ନୂଆଦିଲ୍ଲୀ: ୟେମେନ‌ରେ ଏକ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ‌୍ ନିମିଶା ପ୍ରିୟାଙ୍କୁ ଆସନ୍ତା ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବ। ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି। ୩୭ ବର୍ଷୀୟା ପ୍ରିୟାଙ୍କ ଘର କେରଳର ପଲକ୍କଡ଼ ଜିଲ୍ଲାରେ। ୨୦୧୭ ମସିହାରେ ଜଣେ ୟେମେନ ନାଗରିକ ତଲାଲ ଅବଦୋ ମେହଦୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ଫାଶୀଦଣ୍ଡାଦେଶ ହୋଇଥିଲା। ବିଚାରଣ ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ ପ୍ରିୟା କିଛି ଦସ୍ତାବିଜ ହାସଲ ପାଇଁ ତଲାଲଙ୍କୁ ଡ୍ରଗ୍ସ ଦେଇଥିଲେ। କିନ୍ତୁ […]

ୟେମେନରେ ଭାରତୀୟ ନର୍ସ ନିମିଶାଙ୍କୁ ଜୁଲାଇ ୧୬ରେ ଫାଶୀ
Samaya Live Picture
Published On

ନୂଆଦିଲ୍ଲୀ: ୟେମେନ‌ରେ ଏକ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଭାରତୀୟ ନର୍ସ‌୍ ନିମିଶା ପ୍ରିୟାଙ୍କୁ ଆସନ୍ତା ଜୁଲାଇ ୧୬ ତାରିଖରେ ଫାଶୀ ଦିଆଯିବ। ଏକ ଗଣମାଧ୍ୟମ ରିପୋର୍ଟରୁ ଏହା ଜଣାପଡ଼ିଛି। ୩୭ ବର୍ଷୀୟା ପ୍ରିୟାଙ୍କ ଘର କେରଳର ପଲକ୍କଡ଼ ଜିଲ୍ଲାରେ। ୨୦୧୭ ମସିହାରେ ଜଣେ ୟେମେନ ନାଗରିକ ତଲାଲ ଅବଦୋ ମେହଦୀଙ୍କୁ ହତ୍ୟା ମାମଲାରେ ତାଙ୍କୁ ଫାଶୀଦଣ୍ଡାଦେଶ ହୋଇଥିଲା। ବିଚାରଣ ପ୍ରକ୍ରିୟାରୁ ଜଣାପଡ଼ିଥିଲା ଯେ ପ୍ରିୟା କିଛି ଦସ୍ତାବିଜ ହାସଲ ପାଇଁ ତଲାଲଙ୍କୁ ଡ୍ରଗ୍ସ ଦେଇଥିଲେ। କିନ୍ତୁ ଏହି ଡୋଜ୍‌ ଅଧିକ ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଗଲା। ପ୍ରିୟା ଓ ତାଙ୍କ ‌ୟେମେନୀ ସହକର୍ମୀ ହାନନ୍‌ ଏହାପ‌ରେ ତଲାଲଙ୍କ ମର ଶରୀରକୁ ଏକ ପାଣି ଟାଙ୍କିରେ ପକାଇ ଦେଇଥିଲେ। ଏହି ଅପରାଧ ଘଟଣାରେ ନିମିଶା ପ୍ରିୟା ୨୦୧୭ରେ ଦୋଷୀସାବ୍ୟସ୍ତ ହେବାପରେ ତାଙ୍କୁ ମୃତ୍ୟୁ ଦଣ୍ଡାଦେଶ ହୋଇଥିଲା ।

Tags: