ୟେମେନରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼

ସନା: ଇସ୍ରାଏଲ ଆଜି ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ୟେମେନ ରାଜଧାନୀ ସନାରେ ଇସ୍ରାଏଲ ଆକ୍ରମଣ କରିବା ସହ ଏହାର ରାଷ୍ଟ୍ରପତି ଭବନ ଏବଂ ଅନେକ କ୍ଷେପଣାସ୍ତ୍ର ଘାଟିକୁ ଏଥିରେ ଟାର୍ଗେଟ କରାଯାଇଛି। ହୁତି ସୁରକ୍ଷା ସୂତ୍ରରୁ କୁହାଯାଇଛି ଯେ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ କେନ୍ଦ୍ରୀୟ ସନାରେ ଥିବା ଏକ ମ୍ୟୁନିସିପାଲଟି କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତାହତ ସମ୍ଭାବନା ରହିଛି। ଇସ୍ରାଏଲ ନ୍ୟୁଜ ସଂସ୍ଥା ମାରିଭ ପକ୍ଷରୁ ବନ୍ଦର ସହର ହୋଦେଇଦା ଉପରେ ମଧ୍ୟ […]

ୟେମେନରେ ଇସ୍ରାଏଲର କ୍ଷେପଣାସ୍ତ୍ର ମାଡ଼
Samaya Live Picture
Published On

ସନା: ଇସ୍ରାଏଲ ଆଜି ୟେମେନ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ୟେମେନ ରାଜଧାନୀ ସନାରେ ଇସ୍ରାଏଲ ଆକ୍ରମଣ କରିବା ସହ ଏହାର ରାଷ୍ଟ୍ରପତି ଭବନ ଏବଂ ଅନେକ କ୍ଷେପଣାସ୍ତ୍ର ଘାଟିକୁ ଏଥିରେ ଟାର୍ଗେଟ କରାଯାଇଛି। ହୁତି ସୁରକ୍ଷା ସୂତ୍ରରୁ କୁହାଯାଇଛି ଯେ, ଇସ୍ରାଏଲର ଏୟାର ଷ୍ଟ୍ରାଇକରେ କେନ୍ଦ୍ରୀୟ ସନାରେ ଥିବା ଏକ ମ୍ୟୁନିସିପାଲଟି କାର୍ଯ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମୃତାହତ ସମ୍ଭାବନା ରହିଛି। ଇସ୍ରାଏଲ ନ୍ୟୁଜ ସଂସ୍ଥା ମାରିଭ ପକ୍ଷରୁ ବନ୍ଦର ସହର ହୋଦେଇଦା ଉପରେ ମଧ୍ୟ ଆକ୍ରମଣ ହୋଇଥିବା କୁହାଯାଇଛି। ଇସ୍ରାଏଲ ଉପରେ ହୁତି ଆତଙ୍କବାଦୀଙ୍କ ବାରମ୍ବାର ଆକ୍ରମଣର ଜବାବରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି। ‘ଏକ୍ସ’ରେ ସେନା ପକ୍ଷରୁ ଏକ ପୋଷ୍ଟରେ କୁହାଯାଇଛି, ଇସ୍ରାଏଲ ଓ ଏହାର ନାଗରିକଙ୍କୁ ଟାର୍ଗେଟ କରି ବାରମ୍ବାର ଆକ୍ରମଣ ହେଉଛି ଏବଂ ଇସ୍ରାଏଲ ଏହାର କଡ଼ା ଜବାବ ଦେଇଛି

Tags: