ୟେମେନରୁ ଇସ୍ରାଏଲ ଉପରେ ଆକ୍ରମଣ ଟଳିଲା, କ୍ଷେପଣାସ୍ତ୍ର, ଡ୍ରୋନ୍ ଖସାଇଲା ଆମେରିକା ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଆସିଥିବା ଏକ ବଡ଼ ଧରଣର ଆକ୍ରମଣ ଜନିତ ବିପଦକୁ ଆମେରିକା ଟାଳି ଦେଇଛି। ୟେମେନରୁ ଇସ୍ରାଏଲ୍କୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ସଫଳତାର ସହ ନଷ୍ଟ କରିଛି। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ଏହି […]
ନୂଆଦିଲ୍ଲୀ: ୟେମେନରୁ ଇସ୍ରାଏଲ ଉପରକୁ ଆସିଥିବା ଏକ ବଡ଼ ଧରଣର ଆକ୍ରମଣ ଜନିତ ବିପଦକୁ ଆମେରିକା ଟାଳି ଦେଇଛି। ୟେମେନରୁ ଇସ୍ରାଏଲ୍କୁ ଛଡ଼ାଯାଇଥିବା ୩ଟି କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ଆମେରିକା ନୌସେନାର ଯୁଦ୍ଧ ଜାହାଜ ଖସାଇ ଦେଇଛି। ଉତ୍ତର ଲୋହିତ ସାଗରରେ ଆମେରିକା ନୌସେନାର ଏକ ଯୁଦ୍ଧଜାହାଜ ୟେମେନର ହାଉଥି ବାହିନୀ ଦ୍ବାରା ଛଡ଼ାଯାଇଥିବା ୩ଟି କ୍ରୁଜ୍ କ୍ଷେପଣାସ୍ତ୍ର ଏବଂ ଅନେକ ଡ୍ରୋନ୍କୁ ସଫଳତାର ସହ ନଷ୍ଟ କରିଛି। ଆମେରିକାର ଜଣେ ଅଧିକାରୀ କହିଛନ୍ତି, ଏହି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ୟେମେନରୁ ଲୋହିତ ସାଗର ନିକଟସ୍ଥ ଉତ୍ତରକୁ ଯାଉଥିଲା। ଇସ୍ରାଏଲକୁ ଟାର୍ଗେଟ୍ କରି ବ୍ୟାପକ କ୍ଷୟକ୍ଷତି ଘଟାଇବା ଏହାର ଉଦ୍ଦେଶ୍ୟ ଥିଲା ବୋଲି କେତେକ ବିଶେଷଜ୍ଞ କହିଛନ୍ତି। ଏହି କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଦ୍ବାରା ବିପଦ ଥିବାରୁ ଏହାକୁ ଖସାଇ ଦିଆଯାଇଛି ବୋଲି ଆମେରିକା ନୌସେନା କହିଛି।




